ଭଞ୍ଜନଗର ପଂଚାୟତ ସମିତି ର ବାରୁଡ଼ା, ଡିହ ପଢାଲ ଏବଂ ଡ଼ୁମାକୁମ୍ପା ପଞ୍ଚାୟତ ୱାର୍ଡ ସଭ୍ୟ, ସଭ୍ୟା ଙ୍କ ପ୍ରଶିକ୍ଷଣ ତଥା ତାଲିମ କାର୍ଯ୍ୟକ୍ରମ।
ଭଞ୍ଜନଗର LR NEWS ଆଜି ତା ୦୧/୦୨/୨୦୨୩ରିଖ ଦିନ ଭଞ୍ଜନଗର ଆର. ଏମ. ସି. ସଭା ଗୃହରେ ରାଜ୍ୟ ଗ୍ରାମ୍ୟ ଉର୍ନୟନ ଓ ପଞ୍ଚାୟତ ରାଜ ପ୍ରତିଷ୍ଠାନ ଦ୍ୱାରା ବରୁଡ଼ା,ଦିହପାଢଳ ଏବଂ ଡ଼ୁମାକୁମ୍ପ ପଞ୍ଚାୟତ ର ୱାର୍ଡ ସଭ୍ୟ, ସଭ୍ୟା ଙ୍କ ତିନି ଦିନିଆଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଶେଷ ହୋଇଛି l ଆଜି ତୃତୀୟ ଦିନରେ ଉକ୍ତ କାର୍ଯ୍ୟକ୍ରମ ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନରିସଭା ନାୟକ ମୁଖ୍ୟ ଅତିଥି ଭାବେ ଏବଂ ଅତିଥି ଭାବେ ସମାଜସେବୀ ଶୂଳପାଣି ଶତପଥୀ ଯୋଗ ଦେଇ ଥିଲେ l ପ୍ରଥମ ପ୍ରଯ୍ୟାୟ ରେ ସମସ୍ତ ଶିକ୍ଷାର୍ଥୀ ଆଜି କ୍ଷେତ୍ର ପ୍ରଦର୍ଶନ ରେ ଲାଲସିଂ ଗ୍ରାମ ପଞ୍ଚାୟତ କୁ ଯିବାସ୍ଥିର ହୋଇ ଥିଲା l କ୍ଷେତ୍ର ପରିଦର୍ଶନ ରେ ଲାଲସିଂ ପଞ୍ଚାୟତକୁ ସରପଞ୍ଚ ଶିବ ରାମ ସାହୁ ବେଲେଶ୍ୱର ପୀଠ ଠାରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ l
ସରପଞ୍ଚ ଏବଂ ଅଧକ୍ଷ୍ୟ ଙ୍କ ଉପସ୍ଥିତିରେ ଲିପିକା ସ୍ବେଛାସେବୀ ଅନୁଷ୍ଠାନ ଦ୍ୱାରା ପଂଚାୟତ ରାଜ ପରିଚାଳନା ଓ ପରିବେଶ ବାବଦରେ ଏକ ଆଲୋଚନ ସଭା ହେବା ପରେ ସମସ୍ତେ ଲାଲସିଂ ପଂଚାୟତ କାର୍ଯ୍ୟଳୟ ରେ ପହଂଚି ଥିଲେ l ସରପଞ୍ଚ ଶ୍ରୀ ସାହୁ ଏବଂ ଗ୍ରାମବାସୀଙ୍କ ସହିତ ପଞ୍ଚାୟତ ର ବିଭିର୍ଣ୍ଣ ଉର୍ନତି ମୂଳକ କାଯ୍ୟ ବୁଲି ଦେଖି ଥିଲେ ଏବଂ ଶିକ୍ଷା ଦାତା ଏବଂ ୱାର୍ଡ ସଭ୍ୟା, ସଭ୍ୟ ଆଲୋଚନ କରି ଥିଲେ l ଏହି ତାଲିମ କାର୍ଯ୍ୟକ୍ରମ ରେ ଗ୍ରାମ୍ୟ ଉର୍ନୟନ ସଂସ୍ଥାର ସମ୍ବଳ ବ୍ୟକ୍ତି ତଥା ତାଲିମ ଦାତା ଭାବରେ ବନମାଳୀ ପ୍ରଧାନ ଏବଂ ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ୟ ଉପସ୍ଥିତି ରହି ତାଲିମ କାର୍ଯ୍ୟ ପରିଚାଳନା କରି ଥିଲେ l ଲାଲସିଂ ସରପଞ୍ଚ ଶିବ ରାମ ସାହୁ ଏବଂ ଉପସ୍ଥିତି ଥିବା ଗ୍ରାମ ବାସୀ ସମସ୍ତ ୱାର୍ଡ ସଭ୍ୟ, ସଭ୍ୟା ଙ୍କୁ ପଂଚାୟତ ତରଫରୁ ଶୁଭେଚ୍ଛା ଓ ଧନ୍ୟବାଦ ଦେଇ ଥିଲେ l ପ୍ରାୟ 40ଜଣ ସଭ୍ୟ ଏବଂ ସଭ୍ୟା ଏହି ତିନି ଦିନିଆଁ ତାଲିମ କାର୍ଯ୍ୟ ରେ ଉପସ୍ଥିତି ଥିଲେ l
ଆଜିର କାର୍ଯ୍ୟକ୍ରମ ରେ ସମ୍ପୃକ୍ତ ପଂଚାୟତ କାର୍ଯ୍ୟାଳୟ ର କର୍ମଚାରୀ ସହଯୋଗ କରିଥିବା ବେଳେ ଲିପିକା ସ୍ବେଛାସେବୀ ଅନୁଷ୍ଠାନ ର ସ୍ବେଛାସେବୀ ଏବଂ ସ୍ବେଛାସେବୀ ସୁଭାଶିଷ ମହାପାତ୍ର ସହଯୋଗ କରିଥିଲେ l ଆସନ୍ତା କାଲି ଠାରୁ ପୁଣି ଅନ୍ୟ ଚାରୋଟି ପଞ୍ଚାୟତ ର ୱାର୍ଡ ସଭ୍ୟ, ସଭ୍ୟା ଙ୍କ ତାଲିମ କାର୍ଯ୍ୟକ୍ରମ ଲିପିକା ଅନୁଷ୍ଠାନ ପରିଚାଳନା ରେ ଆର. ଏମ. ସି. ସଭା ଗୃହରେ ପୁଣି ତିନିଦିନ ସକାଶେ ଚାଲୁ ରହିବ l