Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଖୋରଧା ପାଣି ପଞ୍ଚାୟତ ପକ୍ଷ ପାଳନ ରଥ ର ଶୁଭ ଉଦଘାଟନ।

ଖୋର୍ଦ୍ଧା LR NEWS (୦୧,୦୨, ୨୦୨୩ )ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଇଁ .ପ୍ରଦୀପ କୁମାର ବେହେରା, ଅଧିକ୍ଷଣ ଯନ୍ତ୍ରୀ ଖୋର୍ଦ୍ଧା ଜଳସେଚନ ବିଭାଗର ତରଫରୁ ପାଣି ପଞ୍ଚାୟତ ପକ୍ଷ ପାଳନ ପାଇଁ ଅତିରିକ୍ତ ଜିଲ୍ଲାପାଳ, ପ୍ରତାପ ଚନ୍ଦ୍ର ବେଉରା ୨ଟି ରଥ ର ଶୁଭାରମ ଭଦ୍ଦେଶ୍ୟରେ ଆଜି ସ୍ଵାଳ ୧୦ ଘଟିକା ରେ ପତାକା ଉତ୍ତୋଳନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜଳସେଚନ ବିଭାଜନ ର ଯତ୍ନୀ ଏବଂ କର୍ମଚାରୀ. ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଉପସ୍ଥିତ ଥିଲେ।

ଏହି ରଥ ର ଉଦ୍ଦେଶ୍ୟ ହେଉଛି ଜିଲ୍ଲା ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରଚାର କରିବା । ଜଳସେଚନ ର ସୁଚାରୁରୂପେ ପରିଚାଳନା ଏବଂ ସଠିକ ଭାବେ କିପରି ଲୋକଙ୍କ ପାଖରେ ପହଞ୍ଚାଇ ଯାଇପାରିନ ତାହା ସରକାରଙ୍କର ଏକ ସୁନ୍ଦର ପ୍ରୟାସ । ଖୋର୍ଦ୍ଧା ଜିଲ୍ଲାରେ ମୋଟ ୫୫୦ ଗୋଟି ପାଣି ପଞ୍ଚାଯତ ଗଠନ ହୋଇଛି । ସେସବୁ ହେଲା : : ଖୋର୍ଦ୍ଧା ନିଭିଜନ-୨୨, ପ୍ରାଚ୍ୟ ଡିଭିଜନ -୧୫ ମାଇନର ଇରିଗେଶନ ବିଭିଜନ ୧୧୪ ଟି, ଓ.ଏଲ .ଆଇ.ସି. ଭୁବନେଶ୍ୱର ୩୯୯ ଟି।

ସେଥିମଧ୍ୟରୁ ୫୨୧ଟି ନିର୍ବାଚିତ ହୋଇ ସାରିଛି, ଅବଶିଷ୍ଟ ଖାଲିଥିବା ଖୋର୍ଦ୍ଧା ଡିଭିଜନ-୧୦, ପ୍ରାଚୀ ବିଭିଜନ -୦୫, ମାଇନର ଇରିଜେଶନ ଡିଭିଜନ ୧୪ଟି ପୂରଣ କରିବା ପାଇଁ ପଦକ୍ଷେପ ନିଆଯାଇଛି।

Leave A Reply

Your email address will not be published.

4 + four =