Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବେଗୁନିଆପଡା ବ୍ଲକ ସମ୍ମୁଖରେ କୃଷକ ଆନ୍ଦୋଳନ।

ବ୍ରହ୍ମପୁର ( LR NEWSଟୁକୁନା ପ୍ରଧାନ, ୧୮.୦୧.୨୦୨୧) -: ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ନୟ ସମିତି, ସଂଯୁକ୍ତ କିଶାନ ମୋର୍ଚ୍ଚା ଓ ଋଷିକୁଲ୍ୟା ରୟତ୍ତ ମହାସଭା ପକ୍ଷରୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ କୃଷକ ଆନ୍ଦୋଳନ କରାଯାଇଛି । ଚାଷୀ ଓ ଆଦିବାସୀମାନଙ୍କ ମିଳିତ ସହଯୋଗରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ ଏହି ଆନ୍ଦୋଳନ କରାଯାଇଛି । ଚାଷୀ ମାନଙ୍କ ବିଭିନ୍ନ ଦାବି ନେଇ ସେମାନେ ବ୍ଲକ ସାମ୍ନାରେ ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନରେ ଋଷିକୁଲ୍ୟା ରୟତ୍ତ ମହାସଭାର ରାଜ୍ୟସ୍ତରୀୟ ସଭାପତି ପ୍ରଫୁଲ୍ଲ ସାମନ୍ତରା, ଋଷିକୁଲ୍ୟା ରୟତ୍ତ ମହାସଭାର ଜିଲ୍ଲାସ୍ତରୀୟ ସଭାପତି ସୀମାଞ୍ଚଳ ନାୟକ, ଚାଷୀ ଆବାହକ ବିଜୟ ସ୍ୱାଇଁ, ମଧୁସୂଦନ ସେଠିଙ୍କ ସହ ଏକାଧିକ ପଂଚାୟତର ଚାଷୀ ଓ ଆଦିବାସୀ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ । ଆଜି ବ୍ଲକର କୁମ୍ଭାରଗାଁ ପଂଚାୟତର ଉପନିର୍ବାଚନ ଥିବାରୁ ପ୍ରଥମେ ବିଡ଼ିଓ ବେଦବର ପ୍ରଧାନ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପାଇଁ ଆସିପାରିନଥିଲେ ଆଉ ଅପରାହ୍ନ ୩ ଟା ପରେ ଆସିବା ପାଇଁ କହିଥିଲେ । ଫଳରେ ଯୋଗାଣ ବିଭାଗ ଅଧିକରିଣୀ ଆସି ଆଲୋଚନା କରିଥିଲେ । ଆଉ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବିଡ଼ିଓ ଆଲୋଚନାକୁ ଆସିବା ପାଇଁ ଚାଷୀ ମାନେ ଦାବି କରିଥିଲେ । ବି ଡି ଓ ଆସି ସେମାନଙ୍କ ସହ ଆଲୋଚନା କରିଥିଲେ । ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଜୋରଜାର ଆନ୍ଦୋଳନ ହେବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

3 × one =