ବ୍ରହ୍ମପୁର (ଟୁକୁନା ପ୍ରଧାନ, ୧୮.୦୧.୨୦୨୧)-: ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କୁମ୍ଭାରଗାଁ ପଞ୍ଚାୟତ ଉପନିର୍ବାଚନ ପାଇଁ ପାର୍ଥିପତ୍ର ବା ନାମାଙ୍କନପତ୍ର ଦାଖଲ ହୋଇଛି । ପୂର୍ବତନ ସରପଞ୍ଚ ସ୍ବର୍ଗତ ପ୍ରଶାନ୍ତ ତାରିଣୀଙ୍କ ମୃତ୍ୟୁ ପରେ ଖାଲି ପଡିଥିବା ସରପଞ୍ଚ ପଦବୀ ଲାଗି ୩ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେମାନେ ହେଲେ ସତୀଶ ରଞ୍ଜନ ତାରେଣୀ ଲଳିତ କୁମାର ସ୍ୱାଇଁ, ପ୍ରବୀଣ ସ୍ୱାଇଁ । ସତୀଶ ରଞ୍ଜନ ବିଜେଡି ସମର୍ଥିତ ପ୍ରାର୍ଥୀ ହେଇଥିବା ବେଳେ ଲଳିତ ଏବଂ ପ୍ରବିଣ ବିଜେପି ସମର୍ଥିତ ପ୍ରାର୍ଥୀ ବୋଲି ସୂଚନା ମିଳିଛି। ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ଜାନୁଆରୀ ୨୨ ତାରିଖ ଥିବା ବେଳେ ଫେବୃଆରୀ ୧୧ତାରିଖରେ ନିର୍ବାଚନ ହେବ ବୋଲି ସୂଚନା ମିଳିଛି ।
Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Next Post