ବ୍ରହ୍ମପୁର (LR NEWSଟୁକୁନା ପ୍ରଧାନ, ୧୩.୦୧.୨୦୨୧) ଆଜି ସକାଳୁ ସକାଳୁ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ ଟ୍ୟାଙ୍କର । ଛତ୍ରପୁର ଉପକଣ୍ଟ ତାମ୍ପରା ନିକଟରେ ଏକ ଗ୍ୟାସ ଟାଙ୍କର ଭାରସାମ୍ୟ ହରାଇ ଓଲଟି ପଡିଛି । ଘନ କୁହୁଡି ଯୋଗୁଁ ଏପରି ଘଟିଥିବା ସନ୍ଦେହ କରାଯାଉଛି । ଦୂର୍ଘଟଣାରେ କେହି ଆହତ ହୋଇନଥିବା ବେଳେ ଗ୍ୟାସ ଲିକ୍ ଦ୍ୱାରା ବଡ ଅଘଟଣର ସମ୍ଭାବନାକୁ ଆଡେଇ ଦିଆ ନଯାଇପାରେ । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଥିବା ବେଳେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି । ଟ୍ୟାଙ୍କର ଓଲଟିବା ଯୋଗୁଁ ଜାତିୟ ରାଜପଥରେ ଗାଡି ଚଳାଚଳକୁ ବନ୍ଦ କରାଯାଇଛି । ଯାହା ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ହଜାର ହଜାର ଗାଡିର ଲାଇନ୍ ଦେଖିବାକୁ ମିଳିଛି ।