Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ପ୍ରଶାସନର ଗାଇଡ୍ ଲାଇନ୍ ଅନୁସାରେ ବେଗୁନିଆପଡ଼ାରେ ଆରମ୍ଭ ହେଲା ଦୁର୍ଗାପୂଜା

ବ୍ରହ୍ମପୁର (LR NEWSଟୁକୁନା ପ୍ରଧାନ ୨୨.୧୦.୨୦୨୦)-: କୋଭିଡ୍ କଟକଣା ମଧ୍ୟରେ ଆଜି ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ମା ଦୁର୍ଗାଙ୍କ ସପ୍ତମୀ ପୂଜା। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବସଷ୍ଟାଣ୍ଡ ଠାରେ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ମା ଙ୍କ ପୂଜା ହେଉଥିବା ବେଳେ ଚଳିତ ବର୍ଷ କରୋନା ଯୋଗୁଁ ପ୍ରଶାସନର ଗାଇଡ୍ ଲାଇନ୍ ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ପୂଜାର ନୀତିକାନ୍ତିଠାରୁ ଆରମ୍ଭ କରି ମୂର୍ତ୍ତି ବିସର୍ଜନ ପର୍ଯ୍ୟନ୍ତ ସବୁକିଛି ନିରାଡ଼ମ୍ବର ହେବ ବୋଲି ପୂଜାକମିଟି ପକ୍ଷରୁ ସୂଚନା ମିଳିଛି।ଚଳିତବର୍ଷ କୋଭିଡ -୧୯ ନିୟମ ଅନୁଯାୟୀ ଦୁର୍ଗାପୂଜା ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ୪ ଫୁଟ୍‌ର ମୃଣ୍ମୟ ମୂର୍ତ୍ତି ନିର୍ମାଣ ହୋଇଛି । ମଣ୍ଡପର ତିନି ପଟୁ ବନ୍ଦ କରାଯାଇ ପୂଜା କରାଯାଉଥିବା ବେଳେ ପୂଜା ପାଇଁ ସର୍ବାଧିକ ୭ ଜଣ ସେବାୟତ ରହିବେ ବୋଲି କୁହାଯାଇଛି । ସେହିପରି ଭକ୍ତଙ୍କୁ ଦର୍ଶନ ମନା ହୋଇଛି।ଗୁରୁବାର ମା ଙ୍କ ସପ୍ତମୀ ପୂଜା ହୋଇଥିବା ବେଳେ ମା ଙ୍କ ପାଖରେ ଲଡୁଭୋଗ ଅର୍ପଣ କରାଯାଇଥିବା ସୂଚନା ମିଳିଛି। ପୂଜା କମିଟି ସଭାପତି କେ. କ୍ରିଷ୍ଣାମୁର୍ତ୍ତି ପାତ୍ର, ସଂପାଦକ ଶଂକର ପଣ୍ଡା, ନିଲୁ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପୂଜାକାର୍ଯ୍ୟ ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.

twelve + nine =