Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ୭୧ ତମ ବନମହୋତ୍ସବ ସପ୍ତାହ ପାଳିତ ।


LR News (୭/୭/୨୦)ଖୋର୍ଦ୍ଧା ନିକଟସ୍ଥ ITBP କ୍ୟାମ୍ପସ ରେ ଜିଲ୍ଲା ସ୍ତରୀୟ 71 ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଛି। ଏହି ଅବସରରେ ବୃକ୍ଷ ରୋପଣ କରଯାଇଛି। ଖୋର୍ଦ୍ଧା ଜିଲ୍ଲା ଜଙ୍ଗଲ ଓ ପରିବେଶ ବିଭାଗ ଏହାକୁ ଆୟୋଜିତ କରିଥିବା ବେଳେ ବୃକ୍ଷ ରୋପଣ ରେ ITBP ର କର୍ମଚାରୀ ମାନେ ସହାୟତା କରିଥିଲେ। ଚଳିତ ବର୍ଷ ଖୋର୍ଦ୍ଧା ବନଖଣ୍ଡର ଅଧୀନରେ ଥିବା 12 ଟି ଚାରା ଉତ୍ପାଦନ କେନ୍ଦ୍ର ରୁ ମୋଟ 16 ଲକ୍ଷ 50 ହଜାର 6 ଶହ ଚାରା ଉତ୍ପାଦିତ ହୋଇଛି।

ଏଗୁଡିକ ବିଭିନ୍ନ ସ୍ଥାନରେ ରୋପଣ କରାଯିବା ନେଇ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଉତ୍ସବରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେଉରା, ଖୋର୍ଦ୍ଧା ଓ ଚିଲିକା ବିଧାୟକ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ସମ୍ୟକ୍ ସାମନ୍ତରାୟ ସହକାରୀ ବନ ସଂରକ୍ଷକ ଗୌର ଗୋପାଳ ସିଂ, ଖୋର୍ଦ୍ଧା ବାନାଞ୍ଚଳ ଅଧିକାରୀ ଉତ୍ତମ ଗଡ ନାୟକ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ ।

Leave A Reply

Your email address will not be published.

two × 1 =