ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୮.୦୬.୨୦୨୦) – :ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଉପ ଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ଗତକାଲି ବେଗୁନିଆପଡା ବ୍ଲକ କୁ ଗସ୍ତ କରିଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ କରୋନା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ସମୀକ୍ଷା କରିଥିଲେ। ପଜିଟିଭି ଥିବା ଅଞ୍ଚଳକୁ ସତର୍କ ରହିବା ସହ ଉକ୍ତ ଅଞ୍ଚଳ ପ୍ରତି ତୀକ୍ଷ୍ଣ ନଜର ରଖିବା ପାଇଁ କହିଥିଲେ।ଏଥି ସହିତ ଦୋକାନ ବଜାରରେ ଯେପରି ଜନ ଗହଳି ନ ହୁଏ ଏବଂ ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର କରିବା ଆଦି ପ୍ରତି କଡା ନଜର ରଖିବା ପାଇଁ କହିଥିଲେ ଏହି ସମୟରେ ବିଡ଼ିଓ ବେଦବର ପ୍ରଧାନ, କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି, ସି ଡି ପି ଓ ସଂଧ୍ୟାରଣୀ ପାଣିଗ୍ରାହୀ, ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଂଜନ ବେହେରା, ବ୍ଲକ ଶିକ୍ଷା ଅଧିକାରୀ କମଳ କାନ୍ତ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।