Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଜାହାଡା ରେ ୩ ଜଣକର କରୋନାରେ ମୃତ୍ୟୁ ନୂହେଁ, ସୂଚନା ଦେଲେ ଜିଲ୍ଲାପାଳ।

ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୨୭.୦୬.୨୦୨୦) – : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ  ଗତ ୩ ଦିନରେ ୩ ଜଣଙ୍କ କରୋନାରେ  ମୃତ୍ୟୁ ହୋଇଥିବା ଖବର ଆସିଥିଲା। ତେବେ ୩ ଜଣ ନୁହେଁ ଉକ୍ତ ବ୍ଲକରେ ଜଣକର କରୋନାରେ ମୃତ୍ୟୁ ହୋଇଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସ୍ପଷ୍ଟ କରିଛନ୍ତି। କରୋନାରେ ୩ ଜଣଙ୍କ ମୃତ୍ୟୁ ଖବର ମିଛ ବୋଲି ଜିଲ୍ଲାପାଳ ଟ୍ୱିଟ୍‌ କରି କହିଛନ୍ତି।  କେବଳ ଧରାକୋଟ ବ୍ଲକର ଜାହାଡ଼ା ପଞ୍ଚାୟତରେ  ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା କହିଛନ୍ତି ଜିଲ୍ଲପାଳ। ଜାହାଡ଼ା ପଞ୍ଚାୟତରେ ଜଣଙ୍କର ମୃତ୍ୟୁ ଘଟିଛି। ସରପଞ୍ଚ ଜାଣିନାହାନ୍ତି, କରୋନା ମୃତ୍ୟୁମାନେ କଣ । ବିଭାଗୀୟ ସୂତ୍ରରୁ ଯାହା ଘୋଷଣା ହେଉଛି, ତାହା ହିଁ ଠିକ୍। ଅନ୍ୟ ୨ ଜଣଙ୍କ ମୃତ୍ୟୁ ଅନ୍ୟ କିଛି କାରଣରୁ ହୋଇଥାଇପାରେ। ସରପଞ୍ଚମାନଙ୍କୁ ଜଣାଉଛୁ, ସ୍ପଷ୍ଟ ହେଲା ପରେ କିଛି କହନ୍ତୁ। ଏ ନେଇ ସରପଞ୍ଚମାନଙ୍କ ସହ ଆଲୋଚନା କରିବୁ ବୋଲି ଜିଲ୍ଲାପାଳ କହିଛନ୍ତି।

Leave A Reply

Your email address will not be published.

eleven − 5 =