ଖୋର୍ଦ୍ଧା ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ଜାଗୁଳି ପାଟଣା ଶ୍ରୀ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେଵ ଙ୍କ ପୀଠରେ ଦେବ ସ୍ନାନ ପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ ହୋଇଅଛି।
ଖୋର୍ଦ୍ଧା (LR NEWS ଦିଲ୍ଲୀପ ପ୍ରଧାନ ୫/୬) ଖୋର୍ଦ୍ଧା ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ଜାଗୁଳି ପାଟଣା ଶ୍ରୀ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେଵ ଙ୍କ ପୀଠରେ ଦେବ ସ୍ନାନ ପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ ହୋଇଅଛି,ସାରା ବିଶ୍ୱରେ ବିରଳ ଏହି ହାତ ଗୋଡ଼ ଥିବା ଚତୁର୍ଦ୍ଧା ମୂର୍ତ୍ତି ଙ୍କ ସ୍ନାନ ପୁର୍ଣିମା ଶ୍ରୀ ମନ୍ଦିର ନୀତି ଅନୁସାରେ ହୋଇଥାଏ, ମନ୍ଦିର ପଛ ପାର୍ଶ୍ୱ ରେ ଥିବା କାରୁଣ୍ୟକୁଣ୍ଡ ରୁ 108 ଗରା ସୁବାସିତ ଜଳ ଆସି ମହାପ୍ରଭୁ ମାନେ ସ୍ନାନ ହୋଇଥିଲେ, ସରକାରଙ୍କର କୋଭିଡ -19 ନିୟମ ଅନୁଯାଇ 20 ଜଣ ସେବାୟତ ମାନଙ୍କ ଦ୍ୱାରା ଶ୍ରୀ ଜୀଉ ମାନେ ଧାଡି ପହଣ୍ଡି ହୋଇ ସ୍ନାନ ମଣ୍ଡପରେ ବିରାଜମାନ ହୋଇଥିଲେ, ଶଙ୍ଖୁଡି ଭୋଗ ଲାଗି ହେବା ପରେ ପହଣ୍ଡି ହୋଇ ଅଣସର ଘର କୁ ଫେରିଥିଲେ,
ଏହି ସ୍ନାନ ଯାତ୍ରା ରେ ନୂଆ ତହସିଲଦାର, ଆଦର୍ଶ ଥାନା ନିରୀକ୍ଷକ ଉମା ଶଙ୍କର ସିଂ, ସହ ନିରୀକ୍ଷକ ଆର୍ତ୍ତତ୍ରାଣ ନନ୍ଦ, ମନ୍ଦିର ପୂଜକ କମଳ ଲୋଚନ ଦାସ ମହାରାଜ, ମନ୍ଦିର କାର୍ଯ୍ୟକାରୀ ସମ୍ପାଦକ ବୀରେନ୍ଦ୍ର ଛୋଟରାୟ, ପୂର୍ବତନ ସମ୍ପାଦକ ମାର୍କଣ୍ଡ ପ୍ରଧାନ, ବୈକୁଣ୍ଠ ମହାପାତ୍ର, ଗଣେଶ୍ୱର ପ୍ରଧାନ ଉପସ୍ଥିତ ଥାଇ ସମସ୍ତ ସ୍ନାନ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା, ଏହି ସ୍ନାନ ଲାଗି ଯାତ୍ରା ରେ ଜାଗୁଳାଇ ପାଟଣା ଗ୍ରାମର ଯୁବ ସ୍ବେଛାସେବୀ ସୁବାଷ ଚନ୍ଦ୍ର ସ୍ୱାଇଁ, ସୁଦର୍ଶନ ସ୍ୱାଇଁ, ନୀଳ ମାଧବ ପ୍ରଧାନ, ରଶ୍ମି ରଞ୍ଜନ ପ୍ରଧାନ, ଶିବ ପ୍ରସାଦ ପ୍ରଧାନ, ପ୍ରଶାନ୍ତ ସାମନ୍ତରାୟ, ପ୍ରକାଶ ସାମନ୍ତରାୟ, ସାଗର ବେହେରା, ଅବିନାଶ ଆଗ୍ରାସିଂହ, ଦିଲ୍ଲୀପ ଆଗ୍ରାସିଂହ, ପ୍ରଦୀପ କୁମାର ବେହେରା ସାହାଯ୍ୟ ସହଯୋଗ କରିଥିଲେ.