Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କିଆବୁଦା ମୁଳୁ ଉଦ୍ଧାର ହେଲା ନବଜାତ ଶିଶୁ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୦୫.୦୬.୨୦୨୦)-: ମାଆ ଲାଗି ଅଲୋଡ଼ା ସାଜିଲା ନବ ଜାତଶିଶୁ । ଏକ କିଆବୁଦା ମୁଳୁ ଉଦ୍ଧାର ହୋଇଛି ଏକ ନବଜାତ ଶିଶୁ ।ମାଆର ବାତ୍ସଲ୍ୟ ଯେ ନିଜର ଜନ୍ମିତ ଶିଶୁପାଇଁ ଅଲୋଡ଼ା ହୋଇପାରେ ଏହି ଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଛତ୍ରପୁର ସହରରେ । ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରର ବ୍ୟାଙ୍କ କଲୋନୀ ପଛସାହି ଆଇଟିଆଇ ନିକଟ ଏକ କିଆବୁଦା ମୂଳରୁ ଉଦ୍ଧାର ହୋଇଛି ଏକ ନବଜାତ ଶିଶୁ । ଛତ୍ରପୁର ସହରର ଦାଶରଥୀ ପଟ୍ଟନାୟକ ଙ୍କ ପରିବାର ସବୁଦିନେ କିଆଫୁଲ ତୋଳିବାକୁ ଯାଉଥିବା ବେଳେ ଆଜି ତାଙ୍କ ଝିଅ ଦମୟନ୍ତି ନାୟକ କିଆଫୁଲ ତୋଳିବାବେଳେ ଶୁଣିବାକୁ ପାଇଥିଲେ ଏକ ଶିଶୁର କ୍ରନ୍ଦନ । ଦେଖିଲାବେଳକୁ ନବଜାତ ଶିଶୁଟି କାନ୍ଦୁଥିବା ଦେଖି ଚିକିତ୍ସା ପାଇଁ ନେଇଥିଲେ ଛତ୍ରପୁର ମେଡ଼ିକାଲକୁ । ଖବର ପାଇ ଛତ୍ରପୁର ସିଡିପିଓ କ୍ରୀଷ୍ଣ ନନ୍ଦ ପହଞ୍ଚି ଶିଶୁର ସ୍ୱାସ୍ଥ୍ୟଵସ୍ଥା ପଚାରିବୁଝିଥିଲେ । ଚାଇଲ୍ଡ ହେଲ୍ପ ଲାଇନର ତପେଇ ସାହୁ, ଏନ.ପ୍ରକାଶ ପହଁଚି ଅଧିକ ଚିକିତ୍ସାପାଇଁ ବ୍ରହ୍ମପୁର ମେଡ଼ିକାଲ ନେଇଥିବା ଦେଖାଯାଇଛି ।

Leave A Reply

Your email address will not be published.

fourteen − fourteen =