Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କ୍ବାରେଣ୍ଟାଇନ କେନ୍ଦ୍ରରେ ପୁଣି ଖାଇବାକୁ ନେଇ ଅନଶନ।


ବାଲୁଗାଁ ( LR NEWS 28।05।2020) ସମଗ୍ର ବିଶ୍ୱରେ କରୋନା ମହାମାରୀ ତାର ଆତଙ୍କ ସୃଷ୍ଟି କରୁଥିବା ବେଳେ ସରକାର ବିଭିନ୍ନ ପ୍ରବାସୀଙ୍କୁ ଆଣି ବିଭିନ୍ନ କ୍ବାରେଣ୍ଟାଇନ କେନ୍ଦ୍ର ରେ ରଖୁଛନ୍ତି।କିନ୍ତୁ ସେମାନଙଙ୍କୁ ଦିଆ ଯାଉଥିବା ଖାଦ୍ୟ ଅତି ନିମ୍ନ ମାନର ବୋଲି ଆଜି ବାଲୁଗାଁ ମହାବିଦ୍ୟାଳୟ ଓ ଚିଲିକା ରାଣୀ ଇଂରାଜୀ ବିଦ୍ୟାଳୟ ର ଅନ୍ତେବାସୀ ମାନେ କାଲି ରାତିରେ ଖାଦ୍ୟ ବର୍ଜନ କରିବା ସହ ମହାବିଦ୍ୟାଳୟ ର ଫାଟକ ନିକଟ ରେ ଅନଶନ ରେ ବସିଛନ୍ତି।ସେମାନଙ୍କର ଅଭିଯୋଗ ଏହା ଯେ ସକାଳଖାଦ୍ୟ ରାତିରେ ଦେଉଛନ୍ତି , ମଲା ଭାତ ଓ ପାଣିଆ ଡାଲି ଦେଉଛନ୍ତି ଯାହା ଖାଇବା ଯୋଗ୍ୟ ନୁହେଁ।ସେମାନଙ୍କ କହିବା କଥା ଏଠାରେ ଥିବା ଅଧିକାରୀଙ୍କୁ ଜଣେଇଲା ପରେ ମଧ୍ୟ କିଛି ସମଧାନ ହେଉନାହିଁ।ଏବଂ ଅଧିକାରୀ ଜଣକ ମୋବାଇଲ ଅଫ କରି ଆଉ କେନ୍ଦ୍ର କୁ ଆସୁନାହାନ୍ତି।ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି ବାଲୁଗାଁ ଚିଲିକା ରାଣୀ ଇଂରାଜୀ ବିଦ୍ୟାଳୟ କ୍ବାରେଣ୍ଟାଇନ କେନ୍ଦ୍ର ର ଅନେବାସୀଙ୍କର।ଖାଇବାକୁ ଦେଉଥିବା ବ୍ୟକ୍ତି କାହା ଛତ୍ର ଛାୟା ତଳେ ଅଛନ୍ତି ଯେ ସମସ୍ତଙ୍କ କଥାକୁ ଖାତିର ନକରି ମନମୁଖୀ ଶାଶନ ଚଳେଇଛନ୍ତି।

ବାଲୁଗାଁ ରୁ ପ୍ରତାପ ରୁଦ୍ର ମହାରଣା

Leave A Reply

Your email address will not be published.

2 + 16 =