ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୩.୦୫.୨୦୨୦) – : ଘୁମସର ଜିଲ୍ଲା ବିଜେପି ପକ୍ଷରୁ ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲା ଢୁଙ୍କାପଡା ସଂଗରୋଧ କେନ୍ଦ୍ର ରେ ଗତ ୮ ତାରିଖ ରେ ମୃତ୍ୟୁ ବରଣ କରିଥିବା ପୋଲସରା ବ୍ଲକ ମଧୂପଲ୍ଲୀ ଗ୍ରାମର ପ୍ରଫୁଲ ବେହେରାଙ୍କ ମ୍ରିୟମାଣ ପରିବାରକୁ ଭେଟି ସମବେଦନା ଜଣାଇବା ସହ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।
ଏଥିରେ ଘୁମସର ଜିଲ୍ଲା ପ୍ରତିନିଧି ପ୍ରମୋଦ ପଣ୍ଡା, ହାତୀଓଟ ମଣ୍ଡଳ ସଭାପତି ଦୀପକ ପ୍ରଧାନ, ପୋଲସରା ନଗର ସଭାପତି ନିବାସୀ ପରିଡା ଯୁବ ସଭାପତି ସୀମାଞ୍ଚଳ ସାହୁଙ୍କ ସମେତ ବହୁ ନେତୃବୃନ୍ଦ ମାନେ ଉପସ୍ଥିତ ଥିଲେ ।