Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବିଧାୟିକାଙ୍କ ସଂଗରୋଧ ଗୃହ ପରିଦର୍ଶନ ପ୍ରବାସି ଓଡ଼ିଆଙ୍କ ସହ ଆଲୋଚନା ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୩.୦୫.୨୦୨୦)-: କବିସୂର୍ଯ୍ୟ ନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ବିଭିନ୍ନ ସଂଗରୋଧ ଗୃହ ବୁଲି ଦେଖିଥିଲେ।ଏହି ବ୍ଲକର ଫାଶୀ, ଦିଗାପଡା ,ବେରୁହାବାଡ଼ି ,କାଳିମେଘି ,ସାନ ଉସ୍ତାପଡା , ମଠ ସରସିଂ, ଘୋଡାପଡା,ଓ ମର୍ଦ୍ଦମେଖ ଆଦି କେନ୍ଦ୍ର ଗୁଡ଼ିକ ବୁଲି ଦେଖି ଥିଲେ।ଏହିସମୟରେ ସ୍ଥାନୀୟ ସରପଞ୍ଚ ,ଶିକ୍ଷକ, ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ କାମକୁ ପ୍ରସଂଶା କରିଥିଲେ।ପ୍ରଥମ ପର୍ଯ୍ୟାୟରେ ୨୧ ଦିନ କାମ କରିବା ପରେ ପୁଣି ଦ୍ଵିତୀୟ ପର୍ଯ୍ୟାୟରେ ପୁଣି ଉକ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ଥିବାରୁ ଦୁଃଖ ପ୍ରକାଶ କରିଥିଲେ।ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ପଦକ୍ଷେପ ନେବା ପାଇଁ କହିବି ବୋଲି କହିଥିଲେ।ଏହା ପରେ ସଂଗରୋଧ ଗୃହରେ ଥିବା ପ୍ରବାସି ଓଡ଼ିଆ ମାନଙ୍କ ସହ ଆଲୋଚନା କରିବା ସହିତ ୨୧ଦିନ ରହିବା କଷ୍ଟ ହେଲେ ମଧ୍ୟ ସରକାରଙ୍କ ନିୟମ ପ୍ରକାରେ ରହିବା ଫଳରେ ନିଜ ଜୀବନ, ପରିବାର ଓ ସମାଜର ସୁରକ୍ଷା ହୋଇପାରିବ।

ଏଣୁ ସୁବିଧା ଅସୁବିଧାକୁ ନିଜର ଭାବି ଏହି ବିପର୍ଯ୍ୟୟ ସମୟରେ ପରସ୍ପର ସହଯୋଗ କରି କରୋନାର ମୁକାବିଲା କରିବାକୁ ଅନୁରୋଧ କରିଥିଲେ।ଏଥିସହିତ ଆପଣମାନେ ଏଠାରୁ ଗଲା ପରେ ହୋମ କ୍ଵରେଣ୍ଟ।ଇନିରେ ରହିବା ପରେ ନିଜ ନିଜ ଗ୍ରାମରେ ଥିବା ସଂଗ ରୋଧ କେନ୍ଦ୍ରରେ ସହଯୋଗ କରିବାକୁ କହିଥିଲେ।ଏହିସମୟରେ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା,ଜିଲ୍ଲା ପରିଷଦ ସଦସ୍ୟ ପ୍ରତିନିଧି ତ୍ରିନାଥ ଭୂୟାଁ, ସରପଞ୍ଚ ହୃଷିକେଶ ମେହେଣ।,ସମାଜସେବୀ ଗୋପବନ୍ଧୁ ସାହୁ ସମେତ ସ୍ଥାନୀୟ ସରପଞ୍ଚ ମାନେ, ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

ten + 15 =