Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ସଂଗରୋଧ କେନ୍ଦ୍ରରେ ଯୋଗ, ପ୍ରାଣାୟାମ ଏବଂ କୋଭିଡ -୧୯ ବିଷୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୧୯.୦୫.୨୦୨୦ ) – : ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ମାନଙ୍କୁ ବିଭିନ୍ନ ସଂଗରୋଧ ଗୃହରେ ରଖାଯିବା ସହ ସେମାନଙ୍କୁ ଯୋଗ, ପ୍ରାଣାୟାମ, କରୋନା ଭାଇରସ ର ଭୟଭୟତା ଏବଂ କିପରି ରକ୍ଷା ପାଇବା ସେ ନେଇ ପ୍ରଶିକ୍ଷଣ ଦିଆଯାଉଛି ।

ସେହିପରି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ନିକଟସ୍ଥ ଜନତା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ଠାରେ ଥିବା ସଂଗରୋଧ କେନ୍ଦ୍ରରେ ଖେଳ ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା ଯୋଗ, ପ୍ରାଣାୟାମ, କୋଭିଡ-୧୯ ର ଭୟଭୟତା ଏବଂ ତାହାର ନିରାକରଣ ଉପରେ ପ୍ରଶିକ୍ଷଣ ଦେଉଥିବା ବେଳେ ପ୍ରବାସୀ ମାନେ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇ ଅପୂର୍ବ ଆନନ୍ଦ ଲାଭ କରୁଛନ୍ତି, ଏହି କାର୍ଯ୍ୟକ୍ରମ ରେ ପ୍ରଧାନଶିକ୍ଷକ କେ. ଭୀମରାଜୁ ପାତ୍ର, ସହକାରୀ ଶିକ୍ଷକ ଭରତ ବେହେରା, ପଙ୍କଜ କୁମାର ବେହେରା,ଜ୍ୟୋତି ରଞ୍ଜନ ଶତପଥୀ, ଶିକ୍ଷୟିତ୍ରୀ ଗୀତା ରାଣୀ ସାହୁ,କେ. ଭାରତୀ ପାତ୍ର , ସମେତ ଅଙ୍ଗନବାଡି କର୍ମୀ, ଆଶା ଦିଦି, ସ୍ଵେଚ୍ଛାସେବୀ ପ୍ରମୂଖ ଉପସ୍ଥିତ ରହିବା ସହ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.

four × 4 =