Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ।

ଗଞ୍ଜାମ ( ୨୯.୦୪.୨୦୨୦) -: କରୋନା ଭାଇରସ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ରାଜନୈତିକ ନେତୃବୃନ୍ଦ, ସମାଜସେବୀ ଏବଂ ବହୁ ସ୍ଵେଚ୍ଛାସେବୀ ସଂଗଠନ ନିଜର ସାମର୍ଥ୍ୟ ମୁତାବକ ସହାୟତା ରାଶି ପ୍ରଦାନ କରୁଥିବା ବେଳେ ଆଜି ଗଂଜାମ ଜିଲ୍ଲା କୋଦଳା ଏନ୍ ଏ ସି କାର୍ଯ୍ୟାଳୟ ପରିସରରେ କୋଦଳା ଥାନା ରେ ଗୃହରକ୍ଷୀ ଭାବେ କାର୍ଯ୍ୟରତ ରଶ୍ମିରଞ୍ଜନ ପଣ୍ଡା ସରକାର ଙ୍କ ତରଫରୁ ପାଇଁ ଥିବା ପ୍ରୋତ୍ସାହନ ରାଶି ୬୧୭ ଟଙ୍କା ସେ ଆଜି କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ, ବିଜେଡି ନଗର ସଭାପତି ସଂଜୀବ କୁମାର ସାହୁ, ବିଜେଡ଼ି ନେତା ଗୋପାଳ କୃଷ୍ଣ ସାହୁ ଙ୍କ ଉପସ୍ଥିତିରେ ବିଧାୟିକା ଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଏକ ଡିମାଣ୍ଡ ଡ୍ରାଫ୍ଟ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.

12 − 1 =