Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କାଜୂ ଜଙ୍ଗଲ ବୋମାମାଡ ଘଟଣା, ଉଭୟ ପକ୍ଷ ର ୩୦ କୋର୍ଟ ଚାଲାଣ।

ଗଞ୍ଜାମ,ବ୍ୟୁରୋ ରିପୋର୍ଟ, (୨୯.୦୪.୨୦୨୦) – : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ତାଳଗାଁ ସ୍ଥିତ ଏକ ନମ୍ବର କାଜୂ ଜଙ୍ଗଲ ରେ ଗତ ୨୦ ତାରିଖ ଦିନ ଘଟିଥିବା ବୋମା ବିସ୍ଫୋରଣ ମାମଲା ଭିନ୍ନ ଏକ ମୋଡ଼ ନେଇଛି । ଏହି ବୋମାମାଡ ରେ ପ୍ରଭାକର ବିଶ୍ଵାଳ ନାମକ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ଅଶୋକ ରାଉତ ନାମକ ଜଣେ ଯୁବକ ଆହତ ହୋଇଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରି ଫର୍ଦ୍ଦାପାସ କରିଛି । ମୃତ ପ୍ରଭାକର ହାତରେ ଏକ ବୋମା ଧରି ବିପକ୍ଷ ଗୋଷ୍ଠୀ ଙ୍କୁ ଘଉଡାଉଥିବା ବେଳେ ସେ ଏକ ପଥର ଉପରେ ପଡିଯାଇଥିଲା ଫଳରେ ବୋମା ବିସ୍ଫୋରଣ ହେବା ଦ୍ଵାରା ସେ ଖଲ୍ଲିକୋଟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମୃତ୍ଯ ବରଣ କରିଥିଲା ଏବଂ ସେ ପାଖା ପାଖି ଥିବା ଅଶୋକ ରାଉତ ଗୁରୁତର ଭାବେ ଆହତ ହୋଇଥିଲ। ।ଦୁଇ ଗୋଷ୍ଠୀ ତରଫରୁ ପୃଥକ୍ ପୃଥକ୍ ମାମଲା ୧୧୯/ ୨୦୨୦ , ୧୨୦/୨୦୨୦ ଦାୟର ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଉଭୟ ପକ୍ଷ ରୁ ୩୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଅତିରିକ୍ତ ଏସ୍ ପି ଠାକୁର ପ୍ରସାଦ ପାତ୍ର ସୂଚନା ଦେଇଛନ୍ତି । ଏଥିସହିତ ବୋମା ତିଆରି କରିଥିବା ବ୍ୟକ୍ତି ଜଣଙ୍କ ମଧ୍ଯ ଗିରଫ ହୋଇଥିବା ନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

twenty − sixteen =