Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ମୋବାଇଲ୍ ବ୍ୟାଙ୍କିଙ୍ଗ ମାଧ୍ୟମରେ ଘର ପାଖକୁ ଯାଇ ସେବା ପ୍ରଦାନ ।

ଗଞ୍ଜାମ (LR News, ଟୁକୁନା ପ୍ରଧାନ, ୨୧.୦୪.୨୦୨୦) – :କରୋନା ଭାଇରସ ପାଇଁ ସରକାରଙ୍କ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ ସହ ସାମାଜିକ ଦୂରତା ଉପରେ ବେଶି ଗୁରୁତ୍ୱ ଦିଆ ଯାଉଛି । ଏହାକୁ ଗୁରୁତ୍ୱ ଦେଇ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖା ତରଫରୁ ମୋବାଇଲ୍ ବ୍ୟାଙ୍କିଙ୍ଗ ମାଧ୍ୟମରେ ହରିପୁର, ଦ୍ଵାରଶୁଣି ଆଦି ଗ୍ରାମ ମାନଙ୍କରେ ଜନସାଧାରଣ ଙ୍କ ଘର ପାଖକୁ ଯାଇ ଟଙ୍କା ଦେଣନେଣ କରିଥିଲେ ଫଳ ରେ ଜନସାଧାରଣ ମାନେ ସୁବିଧା ରେ ଟଙ୍କା ଉଠାଣ ଏବଂ ଜମା କରିପାରିଥିଲେ । ଏଥି ନେଇ ବ୍ୟାଙ୍କ୍ ମ୍ୟାନେଜର ଦିଲ୍ଲୀପ ମହାନ୍ତି ଙ୍କ କହିବା ମୁତାବକ ଆମ ଶାଖା ରେ ଲୋକଙ୍କ ପ୍ରବଳ ଭିଡ ହେଉଛି ଫଳରେ ସାମାଜିକ ଦୂରତା ରକ୍ଷା କରିବାରେ ଅସୁବିଧା ହେଉଛି ଏବଂ ଜନସାଧାରଣଙ୍କ ସୁବିଧା ପାଇଁ ଏହି ସେବା ଆରମ୍ଭ କରିଛୁ । ଏଥିରେ ବି ସି ପବିତ୍ର କୁମାର ବିଶୋଇ, ପ୍ରଦୀପ କୁମାର ବିଶ୍ଵାଳ, ତପନ କୁମାର ବିଶ୍ଵାଳ ସମେତ ଅନ୍ୟମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।

Leave A Reply

Your email address will not be published.

11 − 7 =