Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ସ୍ବରୂପ କୃତଜ୍ଞତାପତ୍ର ପ୍ରଦାନକଲା ବିଜେପି।

ଖୋର୍ଦ୍ଧା (LR NEWS ତା ୨୧/୦୪.) ମହାମାରୀ କରୋନା ବିରୁଦ୍ଧରେ ଯୁଦ୍ଧଲଢି ବିଜୟପ୍ରାପ୍ତହେବାପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦିଙ୍କ ଆହ୍ବାନକୁ ସମ୍ମାନଜଣାଇ ଖୋର୍ଦ୍ଧାବ୍ଳକ୍ ବାଜପୁର ଓ ନନ୍ଦପୁରଠାରେ ବିଜେପି କୃଷକମୋର୍ଚ୍ଚା ତରଫରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନାଜ୍ଞାପନ କରାଯାଇଛି । ଏହି ମହାମାରୀକୁ କେବଳ ସଚେତନତା,ସଂଘରୋଧ ଓ ଲକ୍ ଡାଉନ୍ ନିୟମକୁ ପାଳନକରି ମୁକାବିଲା କରିହେବ । ଏଣୁ ଉପରୋକ୍ତ କାର୍ଯ୍ଯକ୍ରମକୁ ଯଦି କିଏସେ ନିଃସ୍ବାର୍ଥପରଭାବେ ନିଜର କର୍ତ୍ତବ୍ୟଭାବେ ପାଳନକରୁଛନ୍ତି, ସେମାନେହେଲେ ସ୍ବାସ୍ଥ୍ଯକର୍ମଚାରୀ,ପୋଲିସକର୍ମଚାରୀ,ଅଙ୍ଗନୱାଡି କର୍ମୀ,ଆଶାକର୍ମୀ ଓ ସଫେଇକର୍ମଚାରୀ ଇତ୍ଯାଦି ବିଭିନ୍ନ ସେବାମୂଳକ ସଂଗଠନ ! ଆଜି ଏହିପରିପ୍ରେକ୍ଷିରେ ବିଜେପି କୃଷକମୋର୍ଚ୍ଚା ରାଜ୍ଯ ଉପସଭାପତି ଶ୍ରୀ ଶ୍ରୀରଂଜନ ମଙ୍ଗରାଜଙ୍କ ନେତୃତ୍ବରେ ସ୍ଥାନୀୟ କର୍ତ୍ତବ୍ୟରତ କରୋନାଯୋଦ୍ଧା ପୋଲିସଅଧିକାରୀ,ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀଙ୍କୁ ସେମାନଙ୍କର ଖରାତରାରେ ନିଃସ୍ବାର୍ଥପର ସେବାପାଇଁ ସେମାନଙ୍କୁ ସମ୍ବର୍ଦ୍ଧନାସ୍ବରୂପ କୃତଜ୍ଞତାପତ୍ର ପ୍ରଦାନକରାଯାଇଥିଲା । ଏହି କାର୍ଯ୍ଯକ୍ରମରେ ବାଜପୁର ପଞ୍ଚାୟତର ନାୟବସରପଞ୍ଚ ଶ୍ରୀ ଉମାକାନ୍ତ ପାହାଡାସିଂହ,ପୂର୍ବତନ ସରପଞ୍ଚ ଭରତ ଚନ୍ଦ୍ର ସାହୁ,କୃପାସିନ୍ଧୁ ବଳିୟାରସିଂହ,ସନ୍ତୋଷ ମିଶ୍ର,ଦୀଲ୍ଲିପ କୁମାରରାୟ,ବିଘ୍ନେଶ୍ବର ପରିଡା, ସତ୍ଯବ୍ରତ ରାୟ,ଜମେଶ୍ବର ଜେନା,ପ୍ରଦୀପ୍ତ ପାତ୍ର ଓ ପ୍ରମୋଦ ରଣା ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ।

Leave A Reply

Your email address will not be published.

two − 2 =