ଗଞ୍ଜାମ, (LR News, ଟୁକୁନା ପ୍ରଧାନ ୧୭.୦୪.୨୦୨୦) – : କରୋନା ସଚେତନତା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ସ୍ଵେଚ୍ଛାସେବୀ ମାନେ ନିଜେ ପାଣ୍ଠି ଯୋଗାଡ କରି ନିଜ ନିଜ ଗ୍ରାମକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି l ଏହି ବ୍ଲକ୍ ଅନ୍ତର୍ଗତ ସାଙ୍କୁଡା ପଞ୍ଚାୟତର ଲଚ୍ଛିପୁର ଗ୍ରାମରେ ଆଜି ସ୍ଵେଚ୍ଛାସେବୀ ମାନେ ଏକାଠି ହୋଇ ପ୍ରତି ଘରକୁ ବିଶୋଧକ ଦ୍ଵାରା ବିଶୋଧନ କରିଛନ୍ତି l ଏହି ଗ୍ରାମରେ ଥିବା ୨୦୦ ରୁ ଅଧିକ ଘରକୁ ଓ ଗାଁ ଦାଣ୍ଡ କୁ ସ୍ପ୍ରେ କରି ବିଶୋଧନ କରି ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ଓ ପୋଖରୀରେ ନ ଗାଧୋଇବା ପାଇଁ ଅନୁରୋଧ କରିଛନ୍ତି l ଏହି କାର୍ଯ୍ୟ ସମସ୍ତ ଗ୍ରାମରେ କରିବା ପାଇଁ ସେମାନେ ଅନୁରୋଧ କରିଛନ୍ତି l ଏହି କାର୍ଯ୍ୟକୁ ଦେବାଶିଷ ମହାରଣା, ପ୍ରଶାନ୍ତ ପରିଡା, କୈଳାଶ ସାହୁ, ଟୁକୁନା ପଲାଇ, ବାବୁଲା ସାହୁ, ରିଙ୍କୁ ପଲାଇ ଓ ନଳିନୀ ପ୍ରମୁଖ ସମାପନ କରିଥିଲେ l