Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କଲେ ସମିତି ସଭ୍ୟା ଓ ପୂର୍ବତନ ସାଂସଦ ପ୍ରତିନିଧି ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ ୧୭.୦୪.୨୦୨୦) – : କରୋନା ମହାମାରୀକୁ ନେଇ ଏବେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବହୁ ବଦାନ୍ୟ ବ୍ୟକ୍ତି ବିଶେଷ ନିଜର ସାମର୍ଥ୍ୟ ମୁତାବକ ଅର୍ଥରାଶି ପ୍ରଦାନ କରୁଥିବା ବେଳେ ଆଜି ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ମର୍ଦ୍ଦମେଖ ପଞ୍ଚାୟତ ର ସମିତି ସଭ୍ୟା ବିଷ୍ନୁ ପ୍ରିୟା ଗୌଡ଼ ୨୨୨୨ ଟଙ୍କା ଏବଂ ମର୍ଦ୍ଦମେଖ ର ପୂର୍ବତନ ଆସିକା ଲୋକସଭା ସାଂସଦ ପ୍ରତିନିଧି ତଥା ସମାଜସେବୀ ଲକ୍ଷ୍ମଣ କୁମାର ଗୌଡ଼ ୫୫୫୫ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି। ବେଗୁନିଆପଡ଼ା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ଅଧ୍ଯକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ରବିନ୍ଦ୍ର କୁମାର ଗୌଡ଼, ସମାଜସେବୀ ଗୋପବନ୍ଧୁ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ଏନେଇ ଏକ ଚେକ୍ ପ୍ରଦାନ କରାଯାଇଛି। କରୋନା ସଂକ୍ରମଣ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ପଦକ୍ଷେପ ନିଆଯାଉଛି ତାହାକୁ ଜନସାଧାରଣ ମାନେ ମାନିବା ପାଇଁ ନିବେଦନ କରିଛନ୍ତି ସମିତି ସଭ୍ୟା ଓ ପୂର୍ବତନ ସାଂସଦ ପ୍ରତିନିଧି ।

Leave A Reply

Your email address will not be published.

1 × 5 =