Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ।

ଖୋର୍ଦ୍ଧା (LR News, ୧୬.୦୪.୨୦୨୦) – : କରୋନା ପାଇଁ ଲକ୍ ଡାଉନ ଥିବା ବେଳେ ବୁଲା ପଶୁ ପକ୍ଷୀଙ୍କର ଖାଇବା ପିଇବା ରେ ବହୁ ଅସୁବିଧା ପରିଲକ୍ଷିତ ହେଉଛି । ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ କିଛି ସ୍ଵେଚ୍ଛାସେବୀ ସଂଗଠନ ମଧ୍ଯ ସହଯୋଗ ର ହାତ ବଢ଼ାଇବା ସହ ସେମାନଙ୍କୁ ଖାଇବା ପିଇବା ଦେଉଛନ୍ତି ।

ସେହିପରି ଆଜି mohanty tredars ସ୍ଵେଚ୍ଛାସେବୀ ସଂଗଠନ ତରଫରୁ ଖୋର୍ଦ୍ଧା ସହରରେ ବୁଲା ଗାଈ, କୁକୁର ମାନକୁ ଖାଦ୍ୟ ଦେବା ସହିତ ଲୋକଙ୍କୁ କରୋନା ରୋଗର ଭୟଭୟତା ବିଷୟରେ ବୁଝେଇବା ସହ ମାସ୍କ ବ୍ୟବହାର କରିବା ଏବଂ ଘରେ ସୁରକ୍ଷିତ ରୁହନ୍ତୁ ବୋଲି ସଚେତନତା କରିଥିଲେ ।ଏଥିରେ ସଂଗଠନ ର ସମସ୍ତ ସଦସ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ । ଆଜି ଅଜୟ କୁମାର ମହାନ୍ତି ଉପ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପାଞ୍ଚ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଉକ୍ତ ସଂଗଠନ ର ଏହି ମହତ୍ କାର୍ଯ୍ୟ ପାଇଁ ଜନସାଧାରଣ ମାନେ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.

3 × one =