ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୬.୦୪.୨୦୨୦) – : କରୋନା ପାଇଁ ଲକ୍ ଡାଉନ ଥିବା ବେଳେ ବୁଲା ପଶୁ ପକ୍ଷୀଙ୍କର ଖାଇ ପିଇବା ରେ ବହୁ ଅସୁବିଧା ପରିଲକ୍ଷିତ ହେଉଛି । ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ କିଛି ସ୍ଵେଚ୍ଛାସେବୀ ସଂଗଠନ ମଧ୍ଯ ସହଯୋଗ ର ହାତ ବଢ଼ାଇବା ସହ ସେମାନଙ୍କୁ ଖାଇବା ପିଇବା ଦେଉଛନ୍ତି ।
ସେହିପରି ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ହେଲ୍ପିଙ୍ଗ୍ ହେଣ୍ଡସ୍ ରେସ୍କ୍ୟୁ ଏଣ୍ଡ କେୟାର ସ୍ଵେଚ୍ଛାସେବୀ ସଂଗଠନ ତରଫରୁ ହିଞ୍ଜିଳିକାଟୁ ଏବଂ ବ୍ରହ୍ମପୁର ସହରରେ ବୁଲା ଗାଈ, କୁକୁର ମାନକୁ ଖାଦ୍ୟ ଦେବା ସହିତ ଲୋକଙ୍କୁ କରୋନା ରୋଗର ଭୟଭୟତା ବିଷୟରେ ବୁଝେଇବା ସହ ମାସ୍କ ବ୍ୟବହାର କରିବା ଏବଂ ଘରେ ସୁରକ୍ଷିତ ରୁହନ୍ତୁ ବୋଲି ସଚେତନତା କରିଥିଲେ ।ଏଥିରେ ସଂଗଠନ ର ସମସ୍ତ ସଦସ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ । ଉକ୍ତ ସଂଗଠନ ର ଏହି ମହତ୍ କାର୍ଯ୍ୟ ପାଇଁ ଜନସାଧାରଣ ମାନେ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି ।