Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଜରି ପୁଟ ହନୁମାନ ମନ୍ଦିର ରେ ୧୪୪ ଧାରା ଜାରି କରାଗଲା।

ଖୋର୍ଦ୍ଧା,( LR NEWS ୧୨।୪)। ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଜରି ପୁଟ ହନୁମାନ ମନ୍ଦିର ରେ ସୋମବାର ହେବାକୁ ଥିବା ମେରୁ ଯାତ୍ରା ହେବ ନାହିଁ। ଏନେଇ ରବିବାର ଖୋର୍ଦ୍ଧା ଉପ ଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ସୁଶିଲ ମିଶ୍ର ଓ ଆଦର୍ଶ ଥାନା ଅଧିକାରୀ ଶ୍ରୀଯୁକ୍ତ ଉମା ଶଙ୍କର ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି। ଏହି ଅବସରରେ ମେରୁ ଯାତ୍ରାକୁ ନେଇ ସେ ଖୋର୍ଦ୍ଧା ଜ଼ିଲାପାଳ ଶୁଭେଚ୍ଛା ଜଣାଇଛନ୍ତି।

ଜିଲାପାଳ କହିଛନ୍ତି, କେହି ଏହି ଯାତ୍ରା ପାଇଁ ଘରୁ ବାହାରିବେ ନାହିଁ। କରୋନା ମହାମାରୀ ରୋକିବା ପାଇଁ ସାମାଜିକ ଦୂରତା ଅବଲମ୍ବନ କରିବା ଜରୁରୀ। ସୁରକ୍ଷିତ ରହିବା ପାଇଁ ହେଲେ ସଂକ୍ରମଣ ଚେନ୍‌କୁ ଭାଙ୍ଗିବାକୁ ପଡ଼ିବ। ଏଥିପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ପାଇଁ ମନ୍ଦିର ଖୋଲାଯିବ ନାହିଁ। କେବଳ ପୂଜକ ମନ୍ଦିରକୁ ଯାଇ ପୂଜା କରିବେ। ଏହାକୁ କେହି ଭାଙ୍ଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀଯୁକ୍ତ ଉମା ଶଙ୍କର ସିଂ ସତର୍କ କରିଦେଇଛନ୍ତି। ଏହି ଧାରା ୨୧/୪ ପର୍ଯ୍ୟନ୍ତ ବଳବତ୍ତର ରହିବା।

Leave A Reply

Your email address will not be published.

fourteen − fourteen =