Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଚାଷୀ ଏବଂ ପରିବା ବିକାଳି ଙ୍କୁ ପାସ୍ ପ୍ରଦାନ ନିମନ୍ତେ ଚାଷୀ ନେତା ଙ୍କ ଦାବୀ

ଗଞ୍ଜାମ,( LR NEWS, ଟୁକୁନା ପ୍ରଧାନ ୧୧.୦୪.୨୦୨୦) – : କରୋନା ଭାଇରସ ପାଇଁ ଲକ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର, ଫଳ ରେ ଗଞ୍ଜାମ ଜିଲ୍ଲାରେ ସକାଳୁ ଦିନ ୧୨ ଘଂଟିକା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ରାସନ ଦୋକାନ, ଫଳ ଦୋକାନ, ପରିବା ଦୋକାନ, କ୍ଷୀର ଦୋକାନ ଖୋଲା ରହୁଥିବା ଦେଖି ବାକୁ ମିଳୁଛି,ଏହା ଭିତରେ ପନି ପରିବାର ଦରଦାମ ଟିକିଏ ବୃଦ୍ଧି ପାଇଛି,ଚାଷୀ ମାନେ ଲକ ଡାଉନ କୁ ଆଖି ଆଗରେ ରଖି ଏବଂ ପୋଲିସ ର ନାଲିଆଖି ସାଙ୍ଗ କୁ ମାଡ ଭୟରେ ପନିପରିବା ବିକ୍ରି କରିବା ପାଇଁ ଏବଂ ଜମିକୁ ଯାଇ ପାରୁନାହାଁନ୍ତି ବଜାରକୁ ମଧ୍ଯ ଭୟରେ ଆସି ପାରୁନାହାନ୍ତି । ଏ ଦିଗରେ ପ୍ରଶାସନ ବିଚାର କରି ଗ୍ରାମାଞ୍ଚଳ ରୁ ଆସୁଥିବା ଚାଷୀ ଓ ପରିବା ବିକାଳୀ କୁ ଚି଼ହ୍ନଟ କରି ପାସ ର ସୁବିଧା କଲେ ଚାଷୀ ମାନେ ଉପକୃତ ହୋଇପାରନ୍ତେ ବୋଲି ଚାଷୀ ନେତା ମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

thirteen + one =