ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୦.୦୪.୨୦୨୦) – : କଞ୍ଚଣା ପଞ୍ଚାୟତର ରାଣୀପଡl ଗ୍ରାମରେ ଆଜି ସମସ୍ତ ପରିବାରର ସ୍ୱାସ୍ଥ୍ୟ ଅବସ୍ଥା ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଏହି ଗ୍ରାମ ଅଧୀନରେ ଥିବା ୨୯୭ ପରିବାରର ୧୪୧୦ ଜଣଙ୍କ ତଥ୍ୟ ଲିପିବଦ୍ଧ କରାଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମାର ମହାରଣାଙ୍କ ତତ୍ତ୍ଵାବଧାନରେ ସହକାରୀ ଶିକ୍ଷକ ଉପେନ୍ଦ୍ର ନାଥ ନାୟକ, ଜଗନ୍ନାଥ ତ୍ରିପାଠୀ, ସବିତା ମହାରଣା ଓ ପ୍ରିୟଙ୍କା ପଣ୍ଡା ଙ୍କ ସମେତ ଅଙ୍ଗନୱାଡି କେନ୍ଦ୍ର ଦାୟିତ୍ଵରେ ଥିବା କର୍ମୀ ପ୍ରତିମା ପ୍ରଧାନ ଓ ଆଶା କର୍ମୀ ଜ୍ୟୋତ୍ସ୍ନା ରାଣୀ ସେଠୀ , ଅଙ୍ଗନୱାଡି ସହାୟିକl ସମସ୍ତ ଘରକୁ ଯାଇ ସାମାଜିକ ଦୂରତା ପାଳନ କରି ସ୍ୱାସ୍ଥ୍ୟ ଅବସ୍ଥା ବୁଝି ଲିପିବଦ୍ଧ କରିବା ସହ ସଚେତନତା ସୃଷ୍ଟି କରିଥିଲେ l ସି ଆର ସି ସି ଇନ୍ଦ୍ରମଣି ପ୍ରଧାନ ଏହି କାର୍ଯ୍ୟକ୍ରମକୁ ଆସି ସହଯୋଗ କରିଥିଲେ l
Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।