ଗଞ୍ଜାମ ଜିଲ୍ଲା ଶିତଳାପଲ୍ଲୀ ସ୍ଥିତ ଟାଟା ଷ୍ଟିଲ ହସ୍ପିଟାଲକୁ ଟାଟା ଗ୍ରୁପ୍ ସହାୟତାରେ ଓଡିଶା ସରକାରଙ୍କ ପକ୍ଷରୁ କୋଭିଡ ୧୯ ହସ୍ପିଟାଲ କରାଗଲା।
ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୦.୦୪.୨୦୨୦) – : ଆଜି ଗଞ୍ଜାମ ଜିଲ୍ଲା ଶିତଳାପଲ୍ଲୀ ସ୍ଥିତ ଟାଟା ଷ୍ଟିଲ ହସ୍ପିଟାଲକୁ ଟାଟା ଗ୍ରୁପ୍ ସହାୟତାରେ ଓଡିଶା ସରକାରଙ୍କ ପକ୍ଷରୁ କୋଭିଡ ୧୯ ହସ୍ପିଟାଲ କରାଯାଇଛି। ଏଠାରେ ୨୦୦ ଶଯ୍ୟା ରହିଥିବା ବେଳେ ୨୦ଟି ଆଇସିୟୁ ବେଡ୍ ଏବଂ ୧୫ ଟି ଭେଣ୍ଟିଲେଟର ବେଡ୍ ର ସୁବିଧା ରହିଛି। ଆସନ୍ତା ୧୦ ଦିନ ମଧ୍ୟରେ ଆଉ ୫ଟି ଆଇସିୟୁ ବେଡ୍ କାର୍ଯ୍ୟକ୍ଷମ ହେବ ବୋଲି ଏକ ଖବରଦାତା ସମ୍ମିଳନୀରେ ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।
ଡାକ୍ତର, ଟେକନିସିଆନ, ନର୍ସ ଏବଂ କର୍ମଚାରୀ ଙ୍କ ରହିବା ବ୍ୟବସ୍ଥା ଉକ୍ତ ହସ୍ପିଟାଲ କ୍ୟାମ୍ପସରେ କରାଯାଇଛି। ଡାକ୍ତର ଉମା ଶଙ୍କର ମିଶ୍ର ଉକ୍ତ କୋଭିଡ ହସ୍ପିଟାଲର ନୋଡ଼ାଲ ଅଫିସର ଦାୟିତ୍ଵ ରେ ଅଛନ୍ତି ।