Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କୁ ୧୫ ହଜାର ଟଙ୍କା ର ଚେକ୍ ପ୍ରଦାନ।

ଗଞ୍ଜାମ (LR News, ଟୁକୁନା ପ୍ରଧାନ, ୦୨.୦୪.୨୦୨୦) – : କରୋନା ର ମୁକାବିଲା କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ।ଏଥି ପାଇଁ ଅନେକ ବଦାନ୍ୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସ୍ୱଇଛା ରେ ନିଜର ସାମର୍ଥ୍ୟ ମୁତାବକ ଚେକ୍ କିମ୍ବା ଅର୍ଥରାଶି ପ୍ରଦାନ କରୁଛନ୍ତି । ସେହିଭଳି ଆଜି ବେଗୁନିଆପଡାର ସୁନାମଧନ୍ୟ ଲୁଗା ଦୋକାନ କେ. ବୃନ୍ଦାବନ ସେନାପତି ଏଣ୍ଡ ସନସ୍ ର ମାଲିକ କେ. ବାଲାଜି କୁମାର ସେନାପତି କବିସୂର୍ଯ୍ୟ ନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପନ୍ଦର ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି।ବିଧାୟିକା ଉକ୍ତ ଚେକ୍ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡ଼ା ଙ୍କୁ ଦେଇ ବ୍ୟାଙ୍କରେ ଡିପୋଜିଟ୍ କରିବା ପାଇଁ କହିଥିଲେ ।ଶ୍ରୀ ସେନାପତିଙ୍କ ବଦାନ୍ୟତାକୁ ବିଧାୟିକା, ତହସିଲଦାର, ଅଧ୍ୟକ୍ଷ। ପ୍ରତିନିଧି ବିଜୟ କୁମାର ଦୋରା, ବି ଡି ଓ ବେଦବର ପ୍ରଧାନ, ଥାନା ଅଧିକାରୀ ଦେବାଶିଷ ମହାନ୍ତି ସମେତ ଅନ୍ୟମାନେ ସାଧୁବାଦ ଜଣାଇଛନ୍ତି।

Leave A Reply

Your email address will not be published.

1 + two =