Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଶିଶୁ , ଗର୍ଭବତୀ ଓ ପ୍ରସୂତି ଙ୍କ ଘର ଘର ଯାଇ ଖାଦ୍ୟ ପରସିଲେ ଅଙ୍ଗନବାଡି କର୍ମୀ ।

ଗଞ୍ଜାମ (LR News, ଟୁକୁନା ପ୍ରଧାନ, ୨୯.୦୩.୨୦୨୦) – : ମହାମାରୀ କରୋନା ଭୂତାଣୁ ଦାଉରୁ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତ୍ୟକ ଘର ଘର ବୁଲି ଲିଫ୍ଲେଟ ବାଣ୍ଟିବା ସହିତ ସଚେତନ ହେବାକୁ ପରାମର୍ଶ ଦେଉଥିବା ବେଳେ ଗତକାଲି କୋଦଳା ସେକ୍ଟର ର ଅଙ୍ଗନବାଡି କର୍ମୀ ଓ ସହାୟିକା ଯୋଗ୍ୟ ବିବେଚିତ ଶିଶୁ , ପ୍ରସୁତୀ ଓ ଗର୍ଭବତୀ ମହିଳାଙ୍କ ଘରକୁ ଯାଇ ଶୁଖିଲା ରନ୍ଧାଖାଦ୍ୟ ପରିବେଷଣ କରିଥିବା ଜଣାପଡ଼ିଛି । ଅଙ୍ଗନବାଡି କର୍ମୀ ସବିତା ପାଢ଼ୀ , ସହାୟିକା ସବିତା ସାହୁ , ଡେରାସାହି , ଦସବଖରା ସାହି ,ଗୋହିରୀନାଳ ସାହି ର ହିତାଧିକାରୀଙ୍କ ଘରକୁ ଯାଇ ଦୁଇ ସପ୍ତାହ ନିମନ୍ତେ ଶୁଖିଲାଖାଦ୍ୟ ଯଥା ଚାଉଳ , ଡାଲି , ପରିବା , ଅଣ୍ଡା ଓ ସକାଳ ଜଳଖିଆ ପାଇଁ ଚୁଡାମୁଆଁ ଦେବା ସହ ପରିବାର ସହିତ କରୋନା ସମ୍ପର୍କ ରେ ଆଲୋଚନା କରି ସେମାନେ ଏଥିରେ ଭୟଭୀତ ନ ହୋଇ ନିଜେ ପରିଷ୍କାର ପରିଛନ୍ନ ରହି ବାରମ୍ବାର ସାବୁନ ଓ ହେଣ୍ଡୱାଶରେ ହାତ ଭଲଭାବେ ଧୋଇବାକୁ ପରାମର୍ଶ ଦେଇଥିଲେ । ଘରୁ ନ ବାହାରିବାକୁ ପରାମର୍ଶ ଦେଇଥିଲେ , ତା ସହିତ ଅନ୍ୟ ରାଜ୍ୟ ରୁ ଯଦି ନିଜ ପରିବାର ର କେହି ଆସନ୍ତି ସେମାନଙ୍କୁ ମେଡିକାଲ ନେଇ ପରିକ୍ଷା କରାଇ ନେବାକୁ କହିଥିଲେ । ଯଦି କୌଣଷି କାମ ନାହିଁ ତାହାହେଲେ ବାହାରକୁ ନ ଜିବା ପାଇଁ କହିବା ସହିତ କାଶିବା ସମୟ ରେ ମୁହଁ ରେ ମାସ୍କ କିମ୍ବା ରୁମାଲ ଘୋଡ଼ାଇବା ପାଇଁ ପରାମର୍ଶ ଦେଇଥିଲେ ।ଏହି ମହାମାରୀ କରୋନା କୁ ନେଇ ଭୟଭୀତ ନ ହୋଇ ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନ ରହିବାକୁ କହିଥିଲେ ।

Leave A Reply

Your email address will not be published.

2 × 2 =