Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କୋଦଳା ଥାନା ଏବଂ ବେଗୁନିଆପଡ଼ା ଫାଣ୍ଡି, ଅଞ୍ଚଳ ମାନଙ୍କରେ ଚୋରା ମଦ ବେପାରୀ ମାନେ ସକ୍ରିୟ ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୮.୦୩.୨୦୨୦) – : କରୋନା ଭାଇରସ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ ପଟା ପ୍ରାପ୍ତ ବିଦେଶୀ ଓ ଦେଶୀ ମଦ ଦୋକାନ ବନ୍ଦ ରହିଥିବା ବେଳେ ପୋଲିସ ଓ ଅବକାରୀ ବିଭାଗର ଧର ପଗଡ଼ ପରେ ମଧ୍ୟ ବିଭିନ୍ନ ସ୍ଥାନରେ ବ୍ୟାପକ ପରିମାଣ ର ଚୋରା ଦେଶୀ ଓ ବିଦେଶୀ ମଦ କାରବାର ଜୋରଦାର ଚାଲିଥିବା ନେଇ କିଛି ବୁଦ୍ଧିଜିବୀ ମାନେ ଅସେନ୍ତାଷ ବ୍ୟକ୍ତ କରିଛନ୍ତି । ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଥାନା ଇଲାକାରେ ଏହି କାରବାର ଚାଲିଥିବା ବେଳେ କୋଦଳା ଥାନା ଇଲାକା ଏବଂ ବେଗୁନିଆପଡ଼ା ଫାଣ୍ଡି ଇଲାକା ରେ ମଧ୍ଯ ଏହି ଚୋରା ମଦ କାରବାର ଜୋରଦାର ଚାଲିଥିବା ନେଇ କିଛି ବୁଦ୍ଧିଜିବୀ ମାନେ ନିଜର ନାମକୁ ଗୋପନ ରଖି ଜଣାଇବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କୋଦଳା ଥାନା ଏବଂ ବେଗୁନିଆପଡ଼ା ଫାଣ୍ଡି, ଖଲ୍ଲିକୋଟ ଅବକାରୀ ପୋଲିସ ପକ୍ଷରୁ ବାରମ୍ବାର ଏହି ଅଞ୍ଚଳ ମାନଙ୍କରେ ଚଢାଉ ହେବା ପରେ ମଧ୍ଯ ଚୋରା ମଦ ବେପାରୀ ମାନେ ସକ୍ରିୟ ଅଛନ୍ତି । ଏ ଦିଗରେ ବିଭାଗୀୟ ଅଧିକାରୀ ମାନେ କଡ଼ା ପଦକ୍ଷେପ ନେବା ପାଇଁ ଦାବୀ ହୋଇଛି ।

Leave A Reply

Your email address will not be published.

one × 5 =