ଖୋର୍ଦ୍ଧା (LR News୨୮/୩/୨୦): କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏପରି ସ୍ଥଳେ ଲୋକେ ସରକାରଙ୍କ ନିର୍ଦ୍ଦେଶ କୁ ବେଖାତିର କରି ଘରେ ନ ରହି ବାହାରକୁ ବାହାରୁଛନ୍ତି। ଏନେଇ ଖୋର୍ଦ୍ଧା ପୋଲିସଙ୍କ ପକ୍ଷରୁ ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। ରାସ୍ତାରେ ଧାଡ଼ିବାନ୍ଧି ଏସପି ଅଜେୟ ପ୍ରତାପ ସ୍ବାଇଁ ଓ ଅନ୍ୟ ମାନେ ଲୋକଙ୍କୁ ହାତ ଯୋଡ଼ି ଘରୁ ନ ବାହାରିବା ଲାଗି ଅନୁରୋଧ କରୁଛନ୍ତି। ଏହାର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଇତିମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଓଡ଼ିଶାରେ ୩ରେ ପହଞ୍ଚିଛି। ଏସପିଙ୍କ ଏପରି କାର୍ଯୟକ୍ରମଗୁଡ଼ିକ ଦେଖି ପୋଲିସକୁ ଲୋକେ ପ୍ରଶଂସା କରିଛନ୍ତି।
Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।