Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଆଳୁ ଦର ବୃଦ୍ଧି, ଜନସାଧାରଣ ଙ୍କୁ ସଚେତନତା କରୁଛନ୍ତି ସ୍ଥାନୀୟ ସମାଜସେବୀ ଓ ନେତୃବୃନ୍ଦ ମାନେ।

ଗଞ୍ଜାମ (LR News, ଟୁକୁନା ପ୍ରଧାନ, ୨୬.୦୩.୨୦୨୦) – : କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ , କୁମ୍ଭାରଗାଁ ପଞ୍ଚାୟତ ର କିଛି ରାଜନୈତିକ ନେତୃବୃନ୍ଦ, ସମାଜସେବୀ, ଶିକ୍ଷକ, ଯୁବଗୋଷ୍ଠୀ, ବିଜୁ ଯୁବ ବାହୀନି ର ସଦସ୍ୟ ମାନେ ମିଶି ଏହି ଦୁଇଗୋଟି ପଞ୍ଚାୟତ ର ବିଭିନ୍ନ ଗ୍ରାମକୁ ଯାଇ ଜନସାଧାରଣ ମାନଙ୍କୁ ବ୍ୟାପକ ସଚେତନତା କରିଛନ୍ତି ।

ପ୍ରାୟତଃ ଲୋକ ମାନୁଥିବା ବେଳେ ପ୍ରାୟ ବହୁ ଲୋକ ଏହାକୁ ବେଖାତିର୍ କରି ସାଧାରଣ ଭ।ବରେ ଗାଁ ରେ ବୁଲିବା ଏକାଠି ହୋଇ ଚାସ ଖେଳିବା, ବାଇକ ରେ ଯିବା ଆସିବା କରିବା , ଏହା ସାଙ୍ଗକୁ ପୋଖରୀରେ ଗାଧୋଇ ଯିବା ସହ ଗ୍ରାମରେ ରାସ୍ତା କଡରେ ଝାଡ଼ା ବସି ପରିବେଶକୁ ପ୍ରଦୂଷିତ କରୁଛନ୍ତି । ବିଶେଷ ଭ।ବରେ ଦୁଇ ଚକିଆ ଯାନ ରେ ଲୋକ ମଧ୍ୟ ଯା ଆସ କରୁଥିବା ବେଳେ ପୁଲିସ ପକ୍ଷରୁ ବ୍ୟାପକ ଧରପଗଡ ଚାଲିଛି । ସେପଟେ ଲୋକ ସଚେତନ ଥିବା ବେଳେ କିଛି ଲୋକଙ୍କ ଯୋଗୁଁ ଅସନ୍ତୋଷ ବଢିଛି । ଏହା ସାଙ୍ଗକୁ ବେଗୁନିଆପଡ଼ା ବ୍ଲକ ଅଞ୍ଚଳରେ ଆଳୁ ଦର କିଲୋପ୍ରତି ୨୫ ରୁ ୩୦ ଟଙ୍କା ବିକ୍ରି ହେଉଛି । ଏବଂ କିଛି ଜାଗା ରେ ମଧ୍ଯ ଆଳୁ ର ସଙ୍କଟ ଦେଖା ଦେଇଛି । ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବା ପାଇଁ କିଛି ବୁଦ୍ଧିଜୀବୀ ଏବଂ ଯୁବ ସମାଜ ସେବୀ ମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.

2 × four =