Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବାହାରେ ଏକାଠି ବୁଲୁଛନ୍ତି ଜନସାଧାରଣ ନେଇ ଚିନ୍ତା, କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ।

ଗଞ୍ଜାମ (LR News, ଟୁକୁନା ପ୍ରଧାନ, ୨୫.୦୩.୨୦୨୦) – : କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡିଖୋଲ ଗ୍ରାମ ରେ ପ୍ରାୟତଃ ଲୋକ ମାନୁଥିବା ବେଳେ ପ୍ରାୟ ବହୁ ଲୋକ ଏହାକୁ ବେଖାତିର୍ କରି ସାଧାରଣ ଭ।ବରେ ଗାଁ ରେ ବୁଲିବା ଏକାଠି ହୋଇ ଚାସ ଖେଳୁଛନ୍ତି ଏହା ସାଙ୍ଗକୁ ଗ୍ରାମର ବିଭିନ୍ନ ପୋଖରୀ, ଗାଧୋଇ ଯିବା ସହ ବିଭିନ୍ନ ଗ୍ରାମରେ ରାସ୍ତା କଡରେ ଝାଡ଼ା ବସି ପରିବେଶକୁ ପ୍ରଦୂଷିତ କରୁଛନ୍ତି । ବେଗୁନିଆପଡ଼ା ବ୍ଲକ୍ ରେ ସମସ୍ତ ଦୋକାନ ବଜାର ବନ୍ଦ ରହୁଥିବା ବେଳେ ଅଧିକାଂଶ ସ୍ଥାନରେ ଚା ଦୋକାନ ଖୋଲା ରଖି ବିକ୍ରି କରୁଛନ୍ତି । ବିଶେଷ ଭ।ବରେ ଦୁଇ ଚକିଆ ଯାନ ରେ ଲୋକ ମଧ୍ୟ ଯା ଆସ କରୁଥିବା ବେଳେ ପୁଲିସ ପକ୍ଷରୁ ବ୍ୟାପକ ଧରପଗଡ ଚାଲିଛି । ସେପଟେ ଲୋକ ସଚେତନ ଥିବା ବେଳେ କିଛି ଲୋକଙ୍କ ଯୋଗୁଁ ଲୋକଙ୍କ ଅସନ୍ତୋଷ ବଢିଛି l ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବା ପାଇଁ କିଛି ବୁଦ୍ଧିଜୀବୀ ଏବଂ ଯୁବ ସମାଜ ସେବୀ ମାନେ ଦାବୀ କରିଛନ୍ତି।

Leave A Reply

Your email address will not be published.

ten − 8 =