Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ପୁଣି ଗଞ୍ଜାମରେ ବଦଳିଲା ନିର୍ଦ୍ଦେଶନାମା , ସକାଳ ୭ରୁ ୧୨ଟା ପର୍ଯ୍ୟନ୍ତ ଖୋଲିବ ଜରୁରୀ ସାମଗ୍ରୀ ଦୋକାନ।

ଗଞ୍ଜାମ( LR News, ୨୪.୦୩.୨୦୨୦) – : କରୋନା ଭୟାବହତାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଚାଲିଛି। ନିର୍ଦ୍ଦେଶନାମାକୁ ୧୨ଘଣ୍ଟା ପୂରି ନ ଥିବାବେଳେ ପୁଣି ନୂତନ ନିର୍ଦ୍ଦେଶନାମା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜାରି କରିଛନ୍ତି। ନୂତନ ନିର୍ଦ୍ଦେଶନାମା ଅନୁସାରେ ଆଜିଠାରୁ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଶନ, ପରିବା, କ୍ଷୀର, ମାଛ, ମାଂସ, ଅଣ୍ଡା, ଫଳ ଆଦି ଜରୁରୀ ସାମଗ୍ରୀ ଦୋକାନ ଖୋଲିବ। ଅପରପକ୍ଷରେ ଔଷଧ ଦୋକାନ ଖୋଳିବା ଉପରେ କିଛି କଟକଣା ନାହିଁ। ଏହି ନିର୍ଦ୍ଦେଶନାମା ୨୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ପ୍ରକାଶଯୋଗ୍ୟ, ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ଜରୁରୀ ଦୋକାନ ଖୋଲିବ ବୋଲି ସୋମବାର ସନ୍ଧ୍ୟାରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଆଜି ଏଥିରେ ପରିବର୍ତ୍ତନ କରିବା ସହ ଜିଲ୍ଲାପାଳ ଛତ୍ରପୁର ବଜାରରେ ବୁଲି ଅନୁଧ୍ୟାନ କରିଛନ୍ତି।ଏଥିରେ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

7 − three =