Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଗାଁ ମଝିରେ ପଶିଲା ଦନ୍ତା, ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକ।

ଅନୁଗୋଳ : (LR NEWS : ୨୪/୦୩/୨୦୨୦)
ବଅଁରପାଳ ବ୍ଲକ ଫୁଲପଡା ଓ ସାନ୍ତରାପୁର ‘ଖ’ ପଞ୍ଚାୟତରେ ଦନ୍ତା ହାତୀ ର ଆତଙ୍କ ଦେଖିବାକୁ ମିଳିଛି। ଗାଁ ମଝିକୁ ଦନ୍ତା ହାତୀ ପଶି ଆସିବାରୁ ଶହ ଶହ ଲୋକ ଘରୁ ବାହାରି ଆସିଥିଲେ। ସୂଚନା ମୁତାବକ ଫୁଲପଡା ଛକ ପାର ହୋଇ ବଉଳି ପାଖେ ପାଖେ ସାନ୍ତରାପୁର ଆଡକୁ ଅତିକ୍ରମ କରିଥିଲା ଦନ୍ତା ହାତୀଟି। ହାତୀ ଟିକୁ ଦେଖିବାକୁ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା। ଚାଷୀଙ୍କ ବାଇଗଣ ବଗିଚା ଭିତର ଦେଇ ବ୍ୟାପକ ଫସଲ ନଷ୍ଟ କରି ଆତଙ୍କ ଖେଳାଇଦେଇଥିଲା ହାତୀଟି। ହାତୀକୁ ଦେଖି ଲୋକଙ୍କ ମନରେ କୁକୁଆ ଭୟ ଖେଳିଯାଇଥିଲା। ଶହ ଶହ ଲୋକଙ୍କ ଚିତ୍କାର ଶୁଣି ହାତୀଟି କଲଣ୍ଡାପାଳ ଦେଇ କୁସୁଣା, ରଙ୍କାସିଂହା ଆଡକୁ ଅତିକ୍ରମ କରିଥିଲା। ଅନୁଗୋଳରେ ଲକ ଡ଼ାଉନ ଚାଲିଥିବା ବେଳେ ହାତୀ ଭୟରେ ଶହ ଶହ ଲୋକ ଏକାଠି ହୋଇଥିଲେ ମଧ୍ୟ ନା ଫରେଷ୍ଟର ନା ରେଞ୍ଜର କାହାରି ଦେଖା ମିଳି ନଥିଲା। ଏଠି ପ୍ରଶ୍ନ ଉଠେ ହାତୀ ଯଦି କାହାରି କ୍ଷତି କରିଥାନ୍ତା ତାହେଲେ କିଏ ଦାୟୀ ରହିଥାନ୍ତା। ହାତୀ ପାଇଁ ଦୁଇଟି ପଞ୍ଚାୟତ ଯଥା ଫୁଲପଡା ଓ ସାନ୍ତରାପୁର ‘ଖ’ ର ଶହ ଶହ ଲୋକ ଏବେ ଭୟଭୀତ ଅବସ୍ଥାରେ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହ ହାତୀ ଘଉଡାଇବାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି। ଲୋକଙ୍କ ମନରୁ ହାତୀ ଭୟ ଦୂର କରି ଲୋକଙ୍କ ଗହଳି ଦୂର କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Leave A Reply

Your email address will not be published.

two × 1 =