Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କରୋନା ନେଇ ଗଞ୍ଜାମ ଜିଲ୍ଲାରେ ମାସ୍କର ସମ୍ପୂର୍ଣ୍ଣ ଅଭାବ ଦେଖାଦେଇଛି।

ଗଞ୍ଜାମ (LR NEWS ୧୭.୦୩.୨୦୨୦) – : କରୋନା ନେଇ ଗଞ୍ଜାମ ଜିଲ୍ଲାରେ ମାସ୍କର ସମ୍ପୂର୍ଣ୍ଣ ଅଭାବ ଦେଖାଦେଇଛି। ଫଳରେ ଲୋକଙ୍କ ଚିନ୍ତା ଆହୁରି ବଢ଼ିଯାଇଛି । କେତେକ ସ୍ଥାନରେ କଳାବଜାର ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଅପରପକ୍ଷରେ ବୁଧବାରଠାରୁ ଗଞ୍ଜାମ ଜିଲ୍ଲାର ସମସ୍ତ ୫୦୩ ପଞ୍ଚାୟତ କାର୍ଯ୍ୟାଳୟରେ ମାସ୍କ ମିଳିବ ବୋଲି ଗତକାଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି। ପ୍ରତି ମାସ୍କର ମୂଲ୍ୟ ୨୫ ଟଙ୍କା ଧାର୍ଯ୍ୟ ହୋଇଛି । ଜିଲ୍ଲାରେ ଥିବା ମହିଳା ସଂଘମାନେ ଏହି କପଡା ମାସ୍କ ତିଆରି କରୁଥିବା କୁହାଯାଇଛି । ରୁମାଲକୁ ମଧ୍ୟ ମାସ୍କ ଭାବେ ବ୍ୟବହାର କରିହେବ, ମାତ୍ର ଏହାକୁ ଧୋଇ ପୁନଃ ବ୍ୟବହାର କରିବାକୁ ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.

6 + 20 =