ନୟାଗଡ଼ (LR NEWS ୧୭/୩/୨୦) ସାରା ବିଶ୍ବରେ କୋରୋନା ଭାଇରସ ବ୍ୟାପିବାରେ ଲାଗିଛି।ଏ ନେଇ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ନୟାଗଡ଼ ର ଇଟା ମାଟି ଥାନା ଅଧିକାରୀ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପାତ୍ର ଥାନାକୁ ପ୍ରତିଦିନ ଲୋକେ ଆସୁଥିବାରୁ ସଂକ୍ରମଣ ଯେମିତି ବିସ୍ତାର ନ କରିବ ସେଥିପାଇଁ ବାରମ୍ବାର ସାବୁନରେ ହାତ ଧୋଇବା ପାଇଁ ପାଣି ଓ ସାବୁନ ର ବ୍ୟବସ୍ଥା କରିବା ସହିତ ଥାନାର ସମସ୍ତ ଷ୍ଟାଫ ଙ୍କୁ ପରାମର୍ଶ ଦେଇଛନ୍ତି ।
ଥାନା ଅଧିକାରୀଙ୍କ ଅଭିନବ ଉପାୟରେ କୋରୋନା ସଚେତନତା କାରଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ହାତକୁ ବାରମ୍ବାର ଧୁଅନ୍ତୁ, ମୁହଁରେ ମାସ୍କ୍ ଓ ରୁମାଲୁ ବାନ୍ଧି ବାହାରକୁ ବାହାରନ୍ତୁ। ଖୋଲାରେ ମେଲାରେ ଛିକନ୍ତୁ ନାହିଁ। କାଶ ଛିଙ୍କ ସମୟରେ ମୁହଁରେ ରୁମାଲ ବ୍ୟବହାର କରନ୍ତୁ। ଜ୍ଵର କାଶ ହେଉଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଜନ ଗହଳି ସଭା ସମିତି ଠାରୁ ଦୂରେଇ ରୁହନ୍ତୁ।ଆଖି, ନାକ, କାନ ବାରମ୍ବାର ସ୍ପର୍ଷ କରନ୍ତୁ ନାହିଁ। ସର୍ବସାଧାରଣ ଜାଗାରେ ଛେପ ଖଙ୍କାର ପକାନ୍ତୁ ନାହିଁ। ଏହିଭଳି ସଚେତନତା ବାର୍ତ୍ତା ନେଇ ଇଟା ମାଟି ଥାନା ଅଧିକାରୀ କହିଛନ୍ତି।