Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଅନୁଗୁଳରେ କାରୋନା ପାଇଁ ୧୪୪ ଧାରା ଲାଗୁ

ଅନୁଗୁଳ (LR NEWS ୧୭/୩/୨୦) ସାରା ବିଶ୍ଵରେ ଏବେ କୋରନା ଭୟ । ୧୫୬ ଟି ଦେଶରେ ଲକ୍ଷାଧିକ ଲୋକ ଆକ୍ରାନ୍ତ ହେବା ସହ ଓଡିଶାରେ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆ ଯାଇଛି । ମୁଖ୍ୟତଃ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଥିପାଇଁ ଏକ ସ୍ଵତନ୍ତ୍ର କକ୍ଷର ବ୍ୟବସ୍ଥା କରା ଯାଇଛି । ଅନୁଗୋଳ ଏକ ଶିଳ୍ପ ବହୁଳ ଜିଲ୍ଲା ହୋଇଥିବା ହେତୁ ଏଠାକୁ ରାଜ୍ୟ ତଥା ଦେଶ ବାହାରରୁ ଅନେକ ଲୋକ ଆସିବାର ସମ୍ଭାବନା ଅଛି । ଏଣୁ ସମସ୍ତ ଶିଳ୍ପାନୁଷ୍ଠାନ ଗୁଡିକୁ ସତର୍କତା ଅବଲମ୍ବନ ପାଇଁ ସ୍ୱତନ୍ତ୍ର ନିର୍ଦେଶ ଦିଆ ଯାଇଛି । ଏହା ସହ ବାହାରୁ ଆସୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦେଶ ଦିଆ ଯାଇଛି । କୋରନା ପାଇଁ ଭୟଭୀତ ନ ହେବାକୁ ପରାମର୍ଶ ଦେବା ସହ କିଭଳି ସଂକ୍ରମଣକୁ ରୋକୀ ହେବ ସେ ନେଇ ସଚେତନ ହେବା ସହ ପଦକ୍ଷେପ ଗ୍ରହଣ କରିବାକୁ ଅନୁଗୋଳବାସୀଙ୍କୁ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ନିବେଦନ କରିଛନ୍ତି । ମୁଖ୍ୟତଃ ଅନୁଗୋଳ ଜିଲ୍ଲାର ପ୍ରତ୍ୟେକ ଡାକ୍ତରଖାନାରେ ସ୍ଵତନ୍ତ୍ର କୋଠରି ବ୍ୟବସ୍ଥା କରାଯିବା ସହ ଡାକ୍ତରଖାନା କର୍ମଚାରୀ ମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆ ଯାଇଛି । ଅନୁଗୋଳ ଜିଲ୍ଲାରେ ଏବେ ଦୋଳ ଯାତ୍ରା ଏବଂ ଆଗକୁ ହେବାକୁ ଥିବା ଦଣ୍ଡ ଯାତ୍ରା ଉପରେ ରୋକ ଲଗା ଯାଇଛି । ପୂର୍ବରୁ ଜିଲ୍ଲାରେ ଥିବା ୧୧ ଟି ସିନେମା ହଲ ଓ ସ୍ଵିମିଂ ପୁଲ ବନ୍ଦ କରା ଯାଇଥିବା ବେଳେ ଆଜିଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ମଲ ଗୁଡିକୁ ବନ୍ଦ କରିବାକୁ ନିର୍ଦେଶ ଦିଆ ଯାଇଛି । ଏହା ସହ ସହରରେ ଥିବା ଇକୋ ପାର୍କକୁ ମଧ୍ୟ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ରଖିବାକୁ ଜିଲ୍ଲାପାଳ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି । ଏ ସବୁ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲଗା ଯାଇଛି । ବିବାହ , ବ୍ରତଘର , ସଭା ସମିତି  , ରାଜନୈତିକ ସଭା , ରାଲି କିମ୍ବା ଆନ୍ଦୋଳନ ନକରି ବାକୁ ପରାମର୍ଶ ଦିଆ ଯାଇଛି । ଯଦି କୌଣସି ବ୍ୟକ୍ତି କୋରନା ସଂକ୍ରମିତ ହୋଇଥିବା ସନ୍ଦେହ କରୁଛନ୍ତି ତେବେ ଜିଲା ପ୍ରଶାସନକୁ ସେମାନଙ୍କ ହେଲ୍ପ ଲାଇନ ନମ୍ବର କିମ୍ବା ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆ ଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ ଜାରି କରା ଯାଇଥିବା ହେଲ୍ପ ଲାଇନ ଓ ଟୋଲ ଫ୍ରି ନମ୍ବର ହେଲା -୦୬୭୬୪-୨୩୦୯୮୦,୦୬୭୬୪-୨୩୨୫୦୭,ଟୋଲଫ୍ରି -୧୦୭୭, ୯୪୩୭୧୮୨୫୩୯ ,୯୪୩୯୯୮୧୩୩୧  । ଏପରିକି ଅନୁଗୋଳ ପୋଲିସ ବଜାର ବୁଲି ଜନଗହଳି ହେଉଥିବା ସ୍ଥାନ ଗୁଡିକରେ ସଚେତନ କରାଯାଇ ଏକାଠି ରୁଣ୍ଡ ନ ହେବା ପାଇଁ ପଦକ୍ଷେପ ନିଆ ଯାଇଛି । କରୋନା ଭୁତାଣୁ ସଂକ୍ରମଣ ଏକ ଜାତୀୟ ବିପର୍ଯ୍ୟୟ ସୃଷ୍ଟି କରିଥିବାରୁ ଏହାର ସଠିକ୍ ମୁକାବିଲା ନିମନ୍ତେ ଗତକାଲି ପୂର୍ବାହ୍ନରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାମ୍ପ୍ରତିକ ପରିସ୍ଥିତିରେ ପୁରୀକୁ ଯାତ୍ରା ନ କରିବା ସହ ଜିଲ୍ଲାରେ ଥିବା ଜନଗହଳିପୂର୍ଣ୍ଣ ଧାର୍ମିକ ପୀଠ,ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନକୁ ନ ଯିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ନିହାତି ଦରକାର ନ ପଡିଲେ ଘରୁ ବାହାର ଜନଗହଳିପୂର୍ଣ୍ଣ ସ୍ଥାନକୁ ଯିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ଓ ଗ୍ରାମାଚଂଳରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକ ମାନଙ୍କୁ ସଚେତନ କରିବାକୁ କୁହାଯାଉଛି । ବୈଠକରେ ବିଭିନ୍ନ ଘରୋଇ କ୍ଲିନିକରୁ ଆସିଥିବା କର୍ମକର୍ତା ମାନେ ସେମାନଙ୍କ କ୍ଲିନିକରେ କରୋନା କର୍ଣ୍ଣର ଖୋଲିବା ସହ ସ୍ୱତନ୍ତ୍ର ଅନ୍ତରଣ ଶଯ୍ୟା ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । କ୍ଲିନିକକୁ ଆସୁଥିବା ଥଣ୍ଡା, ସର୍ଦ୍ଦି ଓ ଛିଂକରେ ଆକ୍ରାନ୍ତ ରୋଗୀଙ୍କୁ ସେମାନଙ୍କ ଯାତ୍ରା ବିବରଣୀ ଓ କେଉଁ ମାନଙ୍କ ସହ ମିଶିଛନ୍ତି ତାର ସବିଶେଷ ବିବରଣୀ ସଂଗ୍ରହ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । କରୋନା ଭୁତାଣୁ ଥିବାର ସନ୍ଦେହ ହେଲେ ସେମାନଙ୍କୁ ଅନ୍ତରଣ ଶଯ୍ୟାରେ ରଖିବାକୁ ପରାମର୍ଶ ଦେଇଛନ୍ତି । କରୋନାର ସଠିକ୍ ମୁକାବିଲା କରିବା ନିମନ୍ତେ ରାଜ୍ୟ ସରକାରଙ୍କ ନିୟମାବଳୀକୁ କଡାକଡି ପାଳନ କରି ସଂକ୍ରମଣ ସଂଖ୍ୟାକୁ ‘୦’(ଶୂନ) ରେ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । କରୋନା ଭୁତାଣୁ ବା କୋଭିଡ-୧୯ର ପରୀକ୍ଷା କୌଣସି ବେସରକାରୀ ଚିକିତ୍ସାଳୟରେ ହୋଇପାରିବ ନାହିଁ । ବିଭିନ୍ନ ଔଷଧ ଦୋକାନରେ କରୋନା ପ୍ରତିରୋଧକ ହ୍ୟାଣ୍ଡ ସାନିଟାଇଜର ଓ ମାସ୍କ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଥିଲେ ତହସିଲଦାର , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପୌରପାଳିକାର ନିର୍ବାହୀ ଅଧିକାରୀ ମାନେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ସୁରେନ୍ଦ୍ର ହସପିଟାଲ, ଚନ୍ଦନ ନର୍ସିଂହୋମ, ସରୋଜିନୀ କ୍ଲିନିକ, ଏସ ଏସ ହସପିଟାଲ (ତାଳଚେର), ଜଗନ୍ନାଥ ହସପିଟାଲ (ବଅଁରପାଳ), କଲ୍ୟାଣୀ ନର୍ସିଂହୋମ, ଆରଟି କେୟାର , କ୍ରିସ (ଛେଣ୍ଡିପଦା), ସିଦ୍ଧାର୍ଥ ମାଟରନିଟି ହୋମ (ତାଳଚେର), ଓମ ସାଇ (ନାଲକୋ), ସି ଟି ହସପିଟାଲ (ତାଳଚେର), କ୍ରିଷ୍ଣା ହସପିଟାଲ (ତାଳଚେର) ଓ ସଂଜୟ ନର୍ସିଂ ହୋମ (ତାଳଚେର)ର କର୍ମକର୍ତା ମାନେ ନିଜ ନିଜ କ୍ଲିନିକରେ ଆବଶ୍ୟକ ଶଯ୍ୟା, ଓ. ପି ଡି ଓ କରୋନା କର୍ଣ୍ଣର ଖୋଲା ଯାଇଛି । ପ୍ରତ୍ୟେକ ଦିନ ଏହି କ୍ଲିନିକ ଗୁଡିକ ଓ ପି ଡିରେ କେତେ ଜଣ ଜ୍ୱର ,କାଶ, ଛିଙ୍କରେ ଆକ୍ରାନ୍ତ ରୋଗୀ ପଜିଂକରଣ କରୁଛନ୍ତି ତାର ତଥ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରଦାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.

fifteen − three =