Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଭୁବନେଶ୍ୱର ବଡଗଡ଼ ଅଞ୍ଚଳରେ ଚିହ୍ନଟ ହୋଇଛି ।

ଭୁବନେଶ୍ୱର ( LR NEWS 15/3/20 ବ୍ୟୁରୋ): ଓଡ଼ିଶାରେ ମହାମାରୀ କରୋନା ଭାଇରସ ନ ବ୍ୟାପିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷପ ନେଇଛନ୍ତି । ତଥାପି ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଭୁବନେଶ୍ୱର ବଡଗଡ଼ ଅଞ୍ଚଳରେ ଚିହ୍ନଟ ହୋଇଛି । କ୍ୟାପିଟାଲ ହସ୍ପିଟାଲ ରେ ଚିକିତ୍ସିତ ଏହି ଯୁବକଙ୍କ ରକ୍ତ ନମୁନା ପଜିଟିଭ ଆସିଛି । ଏହାକୁ ନେଇ ସମଗ୍ର ରାଜ୍ୟରେ ଚହଳ ପଡିଯାଇଛି । ଅପରପକ୍ଷରେ କରୋନା କୁ ନ ଡରି ଲୋକମାନେ ସତର୍କ ଓ ସଚେତନ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ବଡଗଡ଼ ଅଞ୍ଚଳର ଜଣେ ୩୧ ବର୍ଷୀୟ ଯୁବକ ଇଟାଲୀ ଯାଇଥିଲେ । ସେଠାରେ ସେ ଅସୁସ୍ଥତା ଅନୁଭବ କରିବାରୁ ଓଡ଼ିଶା ଫେରି ଆସିଥିଲେ । ଦିଲ୍ଲୀ ବିମାନବନ୍ଦରରେ ସ୍କ୍ରିନିଂ ପରେ ତାଙ୍କୁ ଅନ୍ୟମାନଙ୍କ ସହ ଯୁବକଙ୍କୁ କ୍ୱାରେଣ୍ଟିନ୍ ରେ ରଖାଯାଇଥିଲେ ମଧ୍ୟ ସେ ସେଠାରୁ ଲୁଚି ଟ୍ରେନରେ ଭୁବନେଶ୍ୱର ପଳାଇ ଆସିଥିବା ବିଶେଷ ସୂତ୍ରରୁ ଶୁଣିବାକୁ ମିଳୁଛି ।

ଉକ୍ତ ଯୁବକ ଭୁବନେଶ୍ୱର ପହଞ୍ଚିବା ପରେ ପରିବାର ଓ ସମ୍ପର୍କୀୟମାନଙ୍କ ସହ ଅବାଧରେ ମିଳାମିଶା କରିଥିଲେ । ଧୀରେ ଧୀରେ ଥଣ୍ଡା, ଜ୍ୱର ଓ କାଶ ବଢିବାରୁ ସେ ପ୍ରଥମେ ସ୍ଥାନୀୟ ଡାକ୍ତର ସି.ଆର ଦାସ ଙ୍କ ପାଖକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ ବିଶେଷ ଲାଭ ନହେବାରୁ ବୁଦ୍ଧନଗରସ୍ଥିତ ଡାକ୍ତର ଏସ. ଏନ ମହାନ୍ତିଙ୍କ ନିକଟକୁ ଚିକିତ୍ସା ନିମନ୍ତେ ଯାଇଥିଲେ । ସେହିପରି ସେ ନିଜର ରକ୍ତ ପରୀକ୍ଷା ପାଇଁ ଶବର ସାହି ସ୍ଥିତ ଆପୋଲୋ କ୍ଲିନିକ କୁ ଯାଇଥିଲେ ।

ସନ୍ଦେହରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଆଇସୋଲେସନ ୱାର୍ଡରେ ରଖାଯାଇ ତାଙ୍କ ରକ୍ତ ଓ ସ୍ୱାବ୍ ନମୁନା ପରୀକ୍ଷା ପାଇଁ ଆରଏମଆରସି ପଠାଯାଇଥିଲା । ଗତକାଲି ରାତିରେ ଆସିଥିବା ରିପୋର୍ଟରେ ସଂପୃକ୍ତ ଯୁବକ କରୋନା (କୋଭିଡ୍-୧୯) ଭୂତାଣୁ ଦ୍ୱାରା ଆକ୍ରାନ୍ତ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.

one × 4 =