Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଗତ କାଲି ସଂଧ୍ୟାରେ ଗଞ୍ଜାମ ଏନ୍ ଏ ସି ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମ ପରିସରରେ ଗଞ୍ଜାମ ଜ୍ଯୋତି ସମ୍ମାନ ସମାରୋହ ଏବଂ ଲୋକକଳା ମହୋତ୍ସବ ୨୦୨୦ ଅନୁଷ୍ଠିତ ହୋଇଯାଇଛି ।

ଗଞ୍ଜାମ, (LR News, ୦୭.୦୩.୨୦୨୦) – : ଗତ କାଲି ସଂଧ୍ୟାରେ ଗଞ୍ଜାମ ଏନ୍ ଏ ସି ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମ ପରିସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭରସା , ସକ୍ଷମ, ଅପୂର୍ବା ର ମିଳିତ ଆନୁକୁଲ୍ୟରେ ଗଞ୍ଜାମ ଜ୍ଯୋତି ସମ୍ମାନ ସମାରୋହ ଏବଂ ଲୋକକଳା ମହୋତ୍ସବ ୨୦୨୦ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ଯ କୃଷି ବିପଣନ ପରିଷଦ ଉପଦେଷ୍ଠା ତଥା ପୂର୍ବତନ ଉପବାଚସ୍ପତି ଶ୍ରୀଯୁକ୍ତ ରାମ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଗ୍ରସିମ୍ ଇଣ୍ଡଷ୍ଟ୍ରି ମୁଖ୍ୟ ଶସାଙ୍କ ଶେଖର ପାରିକ, Clapton counselling LLP, bhubaneswar, ର ପରିଚାଳନା ନିର୍ଦ୍ଦେଶକ ପି. ଚନ୍ଦ୍ର ଶେଖର ପ୍ରମୂଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବା ଉକ୍ତ ଅନୁଷ୍ଠାନ ମାନଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷା, ସ୍ୱାସ୍ଥ୍ୟ, ସଙ୍ଗୀତ, ସମାଜସେବା, ରକ୍ତ ଦାନ, ବୃକ୍ଷ ରୋପଣ, ସଙ୍ଗୀତ ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ କୃତିତ୍ଵ ଅର୍ଜନ କରିଥିବା ବିଶିଷ୍ଠ ବ୍ୟକ୍ତି ବିଶେଷ ମାନଙ୍କୁ ଗଞ୍ଜାମ ଜ୍ଯୋତି ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ଏଥିରେ ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ଭରସା ଅନୁଷ୍ଠାନ ର ସଭାପତି ତଥା ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକ, ସମ୍ପାଦକ ତଥା ସାମ୍ବାଦିକ ଦୁର୍ଗା ମାଧବ ପାଣିଗ୍ରାହୀ, ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ଶତାଧିକ ଦର୍ଶକ ଏବଂ ସକ୍ଷମ, ଭରସା, ଅପୂର୍ବା ଅନୁଷ୍ଠାନ ର କର୍ମକର୍ତ୍ତା ମାନେ । ଶେଷରେ ବିଭିନ୍ନ ଲୋକନୃତ୍ୟ ଓ ସଙ୍ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Leave A Reply

Your email address will not be published.

18 − seventeen =