ଗଞ୍ଜାମ, (LR News, ୦୫. ୦୩. ୨୦) – : ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସରରେ ପ୍ରବାଦ ପୁରଷ ବିଜୁ ବାବୁଙ୍କ ୧୦୪ ତମ ଜୟନ୍ତୀ ଏବଂ ବ୍ଲକ ସ୍ତରୀୟ ପଂଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧକାରୀ ବେଦ ବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ବିଜେଡ଼ି ସଭାପତି ବିଜୟ କୁମାର ଦୋରା, ୪୫ ନମ୍ବର୍ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ,୪୬ ନମ୍ୱର୍ ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡି, ସି ଡ଼ି ପି ଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ପୁର୍ବତନ ଅଧ୍ୟକ୍ଷ ଦେବରାଜ ସାହୁ, ବିଇଓ କମଳା କାନ୍ତ ସାହୁ ସମେତ ବ୍ଲକ କର୍ମଚାରୀ ଏବଂ ବହୁ ସରପଞ୍ଚ, ସମିତିସଭ୍ଯ, ବୁଦ୍ଧିଜୀବି ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତୀ ତଥା ପ୍ରବାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣକରି ତାଙ୍କ ଜନ୍ମ ଦିବସ ୫ତାରିଖକୁ ପଂଞ୍ଚାୟତରାଜ ଦିବସ ଭାବେ ପାଳନ କରିବା ର ଉଦ୍ଦେଶ୍ୟ ଏବଂ ପଞ୍ଚାୟତରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ସହ ଗାଁର ବିକାଶକୁ ତ୍ୱରାନୀତ କରିବା କ୍ଷେତ୍ରରେ ବିଜୁବାବୁଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ ।ଗ୍ରାମାଞ୍ଚଳର ସର୍ବାଙ୍ଗିନବିକାଶ କରିବା ତାଙ୍କର ମୂଳ ଲକ୍ଷ୍ୟଥିଲା । ତାଙ୍କର ସ୍ବପ୍ନକୁ ସାକାର କରିବା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା l
Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।