Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଲୋକଙ୍କ ପାଖରେ ବିଧାୟକ ଓ ପ୍ରଶାସକ

ଗଞ୍ଜାମ (LR News) ୦୧/୦୩ ଆଜି ରବିବାର ,ସରକାରୀ ଛୁଟୀ,ତଥାପି ବିଧାୟକଙ୍କ ସହ ବ୍ଲକ ପ୍ରଶାସକ ବୁଗୁଡା ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଲୋକଙ୍କ ଅଭାବ ଅସୁବିଧା ବୁଝି ଥିବାର ଜଣାପଡ଼ିଛି। ଆଜି ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ସହ ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ବିଡ଼ିଓ ତନ୍ମୟ ପାତ୍ର, ବ୍ଲକ ସହକାରୀ ଯନ୍ତ୍ରୀ ବଂଶୀଧର ପରିଡା, ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ ,ଏବଂ ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ ଓ ଅଶୋକ ସେଠୀ ପ୍ରମୁଖ ବୁଗୁଡା ବ୍ଲକର କଳମ୍ବ, କାଦପଡା, ଡେହୁକା,ଡେଙ୍ଗାପଦର,ରାମଗଡ଼,ଘୋଡାପଡା, ସୁନାକେରା,ଓ ଦଶୀପୁର ଗ୍ରାମକୁ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ଲୋକଙ୍କ ବିଭିନ୍ନ ଅଭାବ ଅସୁବିଧା ବୁଝି ଥିଲେ। ଏହି ଅବସରରେ ବିଧାୟକ ଡେହୁକା ଗ୍ରାମରେ ଏକ ଗୋଷ୍ଟି କେନ୍ଦ୍ର ଗୃହକୁ ଉଦଘାଟନ କରିଥିଲେ। ବିଧାୟକ ଓ ପ୍ରଶାସକ ଙ୍କ ଏହିପରି ପଦକ୍ଷେପକୁ ସାଧାରଣ ଲୋକମାନେ ପ୍ରଶଂସା କରିଛନ୍ତି। 

ରିପୋର୍ଟ- ଟୁକୁନା ପ୍ରଧାନ

Leave A Reply

Your email address will not be published.

20 − nine =