ଅନୁଗୋଳ(LR NEWS:0୧/0୩/୨0୨0):
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତାଳଚେରରେ ଗତ ଫେବୃଆରୀ ୨୮ ତାରିଖ ଶୁକ୍ରବାର ଦିନ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇ ଯାଇଛି।
ଏଥିରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ହେମନ୍ତ କୁମାର ପ୍ରଧାନ ଅଧକ୍ଷତା କରିଥିଲେ। ମୁଖ୍ୟ ଅତିଥି ରୂପେ ଭାରୀଜଳ କାରଖାନା ତାଳଚେରର ଡେପୁଟି ମ୍ୟାନେଜର ବୈଜ୍ଞାନିକ ଶ୍ରୀଯୁକ୍ତ ସୌମେନ୍ଦ୍ର କୁମାର ମିଶ୍ର ଯୋଗ ଦେଇ ବିଜ୍ଞାନ ର ମହତ୍ୱ ଓ ଶକ୍ତି ସଂରକ୍ଷଣ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ।ବିଦ୍ୟାଳୟର ବିଜ୍ଞାନ ଆଚର୍ଯ୍ୟା ଶ୍ରୀମତୀ ନିରୁପମା ମହାନ୍ତି ଅତିଥି ପରିଚୟ ଓ ବିଜ୍ଞାନ ଦିବସର ଆଭିମୁଖ୍ୟ କଥନ ପ୍ରଦାନ କରିଥିଲେ। ବିଦ୍ୟାଳୟର ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମାନସ ରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।ବିଜ୍ଞାନ ପ୍ରଶ୍ନ ମଞ୍ଚ, ପତ୍ର ବାଚନ ,ସ୍ୱଳ୍ପ ମୂଲ୍ୟରେ ବିଜ୍ଞାନ ଉପକରଣ ପ୍ରସ୍ତୁତି ପ୍ରକଳ୍ପ, ବୈଜ୍ଞାନିକ ମାନଙ୍କ ଫଟୋ ଚିତ୍ର ପ୍ରଦର୍ଶନୀ, ବିଜ୍ଞାନ ତଥ୍ୟ ସଂଗ୍ରହ ଆଦି ପ୍ରତିଯୋଗୀତା ହୋଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା। ବିଜ୍ଞାନ ଭିତ୍ତିକ ନାଟକ “Let’s plant tree “ପ୍ରଦର୍ଶନ କରାଯାଇଥିଲା । ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ଏଥିରେ ସହଯୋଗ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।