Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଆଜି ଖୋର୍ଦ୍ଧା ଟାଉନ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବ୍ଲକ.ଆର୍. ଇ.ଓ କଲୋନୀ ରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି।

ଖୋର୍ଦ୍ଧା(LR News ୨୮/୨) ଆଜି ଖୋର୍ଦ୍ଧା ଟାଉନ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବ୍ଲକ.ଆର୍. ଇ.ଓ କଲୋନୀ ରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ବିଭିନ୍ନ ପ୍ରକାରର ବିଜ୍ଞାନ ପରକଳ୍ପଗୁଡ଼ିକ ଛାତ୍ରଛତ୍ରୀମାନଙ୍କ ଦ୍ଵାରା ବିଜ୍ଞାନ ଶିକ୍ଷୟିତ୍ରୀ ସସ୍ମିତା ପଟ୍ଟନାୟକ ଙ୍କ ତତ୍ତ୍ଵାବଧାନରେ ତିଆରି କରାଯାଇଥିଲା।ପ୍ରଥମେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହୃଷୀକେଶ ମିଶ୍ର ସଭାରେ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ଆଜିର ପ୍ରତ୍ୟେକପିଲା ଜଣେ କୁନି ବୈଜ୍ଞାନିକ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିବାରେ ଶିକ୍ଷୟତ୍ରୀ ନମିତା ରାଣୀ ରାୟସାମନ୍ତ, ପୁଷ୍ପାମଞ୍ଜରି ବିଶ୍ଵାଳ, ସରୋଜିନୀ ସାହୁ, ବିଜଲକ୍ଷ୍ମୀ ମହାପାତ୍ର,ବାଇଜୟନ୍ତୀ ବଳିୟାର ସିଂହ,ସବିତା ରାଣୀ ଛୁଆଳସିଂହ ଆଦି ଉପସ୍ଥିତ ଥିଲେ।

Leave A Reply

Your email address will not be published.

twenty − 3 =