Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ସଣ୍ଡମୂଳ ପଞ୍ଚାୟତ ଶାଳବଣ ଗ୍ରାମ ର ଜୈନକ ବ୍ୟକ୍ତି ଙ୍କ ନାବାଳିକା ଝିଅ ର ବିବାହ ପୂର୍ବରୁ ପ୍ରଶାସନ ବନ୍ଧ୍ କରିଛି।

ଗଞ୍ଜାମ , (LR News, ଟୁକୁନା ପ୍ରଧାନ, ୨୮.୦୨.୨୦୨୦) – : ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ସଣ୍ଡମୂଳ ପଞ୍ଚାୟତ ଶାଳବଣ ଗ୍ରାମ ର ଜୈନକ ବ୍ୟକ୍ତି ଙ୍କ ନାବାଳିକା ଝିଅ ର ବିବାହ ପୂର୍ବରୁ ପ୍ରଶାସନ ବନ୍ଧ୍ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ ଉକ୍ତ ଗ୍ରାମ ର ଜଣେ ନାବାଳିକା ଝିଅ ଛଦ୍ମନାମ ମିକି ବୟସ ୧୬ ସଣ୍ଡମୂଳ ସ୍ଥିତ ଉନ୍ନିତ ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀର ଛାତ୍ରୀ ଅଟେ । ତାହାର ବାହାଘର ନିକଟସ୍ଥ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ଵର ଅନ୍ତର୍ଗତ ବାକୁଟୁଗାଁ ରେ ଜୈନକ ଯୁବକ ସହିତ ଠିକ୍ ହୋଇଥିଲ । ଆଜି ତାହାର ବିବାହ ହୋଇଥାନ୍ତା । ଏଥି ନିମନ୍ତେ ଭୋଜିଭାତ ସବୁ ସରିଥିଲା କିନ୍ତୁ କୌଣସି ସୂତ୍ର ରୁ ଖବର ପାଇ ସି ଡି ପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ଚାଇଲ୍ଡ ହେଲ୍ପଲାଇନ ବ୍ରହ୍ମପୁର ର ସାଇ ପ୍ରସାଦ ସାମଲ, ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳ କାନ୍ତ ସାହୁ, ସି ଆର୍ ସି ସି ରବୀନ୍ଦ୍ର ନାଥ ମହାରଣା, ପ୍ରଧାନ ଶିକ୍ଷକ ବିଜୟ କୁମାର ନାୟକ, ବେଗୁନିଆପଡ଼ା ଫାଣ୍ଡି ପୋଲିସ ର କର୍ମକର୍ତ୍ତା ପ୍ରମୂଖ, ଉକ୍ତ ନାବାଳିକା ର ଝିଅ ଘରେ ପହଂଚି ଗ୍ରାମବାସୀଙ୍କ ଉପସ୍ଥିତି ରେ ଝିଅ ର ବାପା ଅଠର ବର୍ଷ ନ ହେଲା ଯାଏ ଝିଅ କୁ ବିବାହ ନ କରିବା ପାଇଁ ଏକ ଲିଖିତ ପତ୍ର ଦେବା ପରେ ଉପରୋକ୍ତ ଅଧିକାରୀ ମାନେ ଚାଲିଯାଇଥିଲେ । ଅନ୍ୟପଟେ ସି ଡି ପିଓ ଙ୍କ କହିବା ମୁତାବକ ଏ ସମ୍ପର୍କରେ ସେ ଫାଣ୍ଡି ରେ ମଧ୍ଯ ଲିଖିତ ଅଭିଯୋଗ ପତ୍ର ଉକ୍ତ ଝିଅ ର ପରିବାର ନାମରେ ଦେଇଛନ୍ତି ବୋଲି ।

Leave A Reply

Your email address will not be published.

3 × 5 =