Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଦୁଇ ହଜାର ଟଙ୍କା ଲାଞ୍ଚ ନେବାବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରାପଡ଼ିଥିବା ରାଜ୍ୟ ସଡ଼କ ପରିବହନ ବିଭାଗର ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ଅଶୋକ ପଣ୍ଡା(୬୪)କୁ ଗୁରୁବାର ଅନୁଗୋଳ ଭିଜିଲାନ୍ସ କୋର୍ଟରେ ୪ ବର୍ଷ କାରାଦଣ୍ଡାଦେଶ।

ଅନୁଗୋଳ(LR NEWS:28/02/2020):
ଦୁଇ ହଜାର ଟଙ୍କା ଲାଞ୍ଚ ନେବାବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରାପଡ଼ିଥିବା ରାଜ୍ୟ ସଡ଼କ ପରିବହନ ବିଭାଗର ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ଅଶୋକ ପଣ୍ଡା(୬୪)କୁ ଗୁରୁବାର ଅନୁଗୋଳ ଭିଜିଲାନ୍ସ କୋର୍ଟରେ ୪ ବର୍ଷ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରିମାନା ଆଦେଶ ହୋଇଛି । ୨୦୧୪ ଡିସେମ୍ବର ୨୭ ରେ ଅଶୋକ ପଣ୍ଡା ରାଜ୍ୟ ସଡ଼କ ପରିବହନ ବିଭାଗର ଅନୁଗୋଳ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ଭାବେ ଚାକିରି କରୁଥିବା ବେଳେ ଗୌରାଙ୍ଗ ଚରଣ ସାହୁ ନାମକ ଜଣେ ବସ୍ ଚାଳକକୁ ଡ୍ୟୁଟି ଦେବା ପାଇଁ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଗୌରାଙ୍ଗ ଅନୁଗୋଳ ଭିଜିଲାନ୍ସ କାର୍ଯ୍ୟାଳୟରେ ଯୋଗାଯୋଗ କରି ଲାଞ୍ଚ ଦେଉଥିବା ବେଳେ ଅଶୋକ ଧରାପଡ଼ିଥିଲେ। ଅଶୋକଙ୍କୁ ଭିଜିଲାନ୍ସ ବିଭାଗ ଲାଞ୍ଚ ନେବାବେଳେ ଧରିବା ସମରେ ଦୁଇଜଣ ସରକାରୀ କର୍ମଚାରୀ ଟିକେଶ୍ୱର ନାଏକ (ଫରେଷ୍ଟ ଗାର୍ଡ଼) ଓ ପ୍ରିୟରଞ୍ଜନ ଭୋଇ(ଜୁନିୟର ଇଞ୍ଜିନିୟର) ଉପସ୍ଥିତ ଥିଲେ।ସେତେବେଳେ ତାଙ୍କ ନାମରେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ କେଶ ନମ୍ବର ୬୬ ଦଫା ୭ ୧୩(୧) ଡି (ପିସି) ଧାରାରେ ମୋକଦମା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ୧୫ ଦିନ ପରେ ଅଶୋକ ଜାମିନରେ ଆସିଥିଲେ । ଆଜି ମାମଲାର ବିଚାର କରି ସ୍ବତନ୍ତ୍ର ଜଜ୍ ଭିଜିଲାନ୍ନ ରୂପଶ୍ରୀ ଚୌଧୁରୀ ଅଭିଯୁକ୍ତ ଅଶୋକକୁ ଦୋଷୀସାବ୍ୟସ୍ତ କରି ଦଫା ୧୩(୧) ଡିରେ ୪ ବର୍ଷ । କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି । ସେହିପରି ଧାରା ୭ ପିସିରେ ୩ ବର୍ଷ କାରାଦଣ୍ଡାଦେଶ ସହ ୫ ହଜାର ଜୋରିମାନା ଆଦେଶ ପ୍ରଦାନ କରିଛନ୍ତି । ମାମଲାରେ ୬ ଜଣଙ୍କର ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ଆଜିର ଦଣ୍ଡାଦେଶ ପରେ ଅଭିଯୁକ୍ତ ଅଶୋକର ଜାମିନ୍ ରଦ୍ଦ କରି ଜେଲକୁ ପଠାଇ ଦିଆଯାଇଛି । ମାମଲାକୁ ସରକାରଙ୍କ ପକ୍ଷରୁ ଭିଜିଲାନ୍ସ କୋର୍ଟର ସ୍ଵତନ୍ତ୍ର ପିପି ଉଦୟଶଙ୍କର ମିଶ୍ର ପରିଚାଳନା କରୁଥିଲେ।

Leave A Reply

Your email address will not be published.

3 − one =