Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତ ର ମୁଣ୍ଡୁଳା ଗ୍ରାମ ର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟମାନେ ଦୁଇ ଜଣଙ୍କ ଘର ଭିତରୁ ଚାରି ବସ୍ତା ଚୋରା ଦେଶୀ ମହୁଲି ମଦ ଜବତ କରିଛନ୍ତି।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୪.୦୨.୨୦୨୦) – : ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତ ର ମୁଣ୍ଡୁଳା ଗ୍ରାମ ର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟମାନେ ଦୁଇ ଜଣଙ୍କ ଘର ଭିତରୁ ଚାରି ବସ୍ତା ଚୋରା ଦେଶୀ ମହୁଲି ମଦ ଜବତ କରିବା ସହ ବେଗୁନିଆପଡ଼ା ଫାଣ୍ଡି ପୋଲିସ କୁ ଡାକି ମଦ ଜିମା ଦେଇଛନ୍ତି । ମହିଳା ସଂଘ ର କହିବା ମୁତାବକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ଦୁଇ ଜଣ ଙ୍କ ଘରୁ ମଦ ଜବତ କରାଯାଇଛି ସେଥିମଧ୍ୟରୁ ଜଣଙ୍କ ସ୍ତ୍ରୀ ହେଉଛନ୍ତି ଅଙ୍ଗନବାଡି କର୍ମୀ । ଘଟଣା ରୁ ପ୍ରକାଶ ଯେ କୌଣସି ସୂତ୍ର ରୁ ଖବର ପାଇ ପ୍ରାୟ ୮୦ ଗୋଟି ମହିଳା ସଂଘ ର ସଦସ୍ୟମାନେ ଆଜି ଅପରାହ୍ନ ସମୟରେ ଉକ୍ତ ଦୁଇଟି ଘର ଉପରେ ଚଢାଉ କରି ମଦ ବସ୍ତା ଜବତ କରିଥିଲେ । ଏଥିରେ ବିଜୁ ଯୁବ ବାହିନୀ ସଭାପତି ଗୌରାଙ୍ଗ ଚରଣ ସାହୁ, ରାଜେନ୍ଦ୍ର ପ୍ରଧାନ, ସଞ୍ଜୟ ଜେନା, ଯଦୁମଣି ପ୍ରଧାନ ପ୍ରମୁଖ ନେତୃତ୍ଵ ନେଇଥିଲେ । ଏ ନେଇ ପୋଲିସ କାହାରିକୁ ଗିରଫ କରିନଥିବା ସୂଚନା ମିଳିଛି ।

Leave A Reply

Your email address will not be published.

one × 5 =