Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଗଞ୍ଜାମର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ମାର୍ଚ୍ଚ ୧୦ ତାରିଖଠାରୁ ଆରମ୍ଭ ହେବ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୨.୦୨.୨୦୨୦) – : ଗଞ୍ଜାମର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ମାର୍ଚ୍ଚ ୧୦ ତାରିଖଠାରୁ ଆରମ୍ଭ ହେବ। ଆଜି ଯାତ୍ରାର ସୁପରିଚାଳନା ଲାଗି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମା’ଙ୍କ ପୀଠକୁ ଯାଇ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ ସମୀକ୍ଷା କରଛନ୍ତି। ଯାତ୍ରାରେ ଭକ୍ତ ଓ ମୁଣ୍ଡନ ଲାଗି ଆସୁଥିବା ଶିଶୁ ଏବଂ ମହିଳାଙ୍କ ସୁବିଧା ଲାଗି ବିଭିନ୍ନ ଯୋଜନା କରିଛନ୍ତି । ଯାତ୍ରା ସମୟରେ ମା’ଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତ ଏଣିକି ମାଗଣାରେ ଦର୍ଶନ କରିବେ, ଯାହାକି ଦୀର୍ଘ ଦିନରୁ ଦର୍ଶନ ବାବଦ ଟିକେଟ ମାତ୍ର ୨ ଟଙ୍କା ରହିଥିବା ବେଳେ ଚଳିତବର୍ଷ ଆଉ ଭକ୍ତଙ୍କୁ ଦର୍ଶନ ପାଉଣା ଦବାକୁ ପଡିବ ନାହିଁ । ମାତ୍ର ସ୍ବତନ୍ତ୍ର ଦର୍ଶନ ବାବଦରେ ରହିଥିବା ଟିକେଟ ମୂଲ୍ୟ ୫୦ ଟଙ୍କା ବଦଳରେ ଶହେ ଟଙ୍କା ଲେଖାଏଁ କରିବା ଲାଗି ଏକ ପ୍ରକାର ନିଷ୍ପତ୍ତି ନିଆଯାଇଛି। ଏପରିକି ଦୂରଦୂରାନ୍ତରୁ ଶିଶୁଙ୍କୁ ନେଇ ଆସୁଥିବା ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ଏହି ସ୍ବତନ୍ତ୍ର ଟିକେଟ ଛତ୍ରପୁର ଓ ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ରିମ ବିକ୍ରି ଲାଗି ଲକ୍ଷ୍ୟ ରଖାଯାଇଥିବା ବିଷୟରେ ଆଗାମୀ ବୈଠକରେ ଜଣାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ମନ୍ଦିର ପାହାଡ଼ ଉପର କାର୍ଯ୍ୟ ଚାଲିଥିବା ବେଳେ ପରିସର ସଂକୀର୍ଣ୍ଣ ରହିଥିବା ହେତୁ ଶିଶୁଙ୍କ ମୁଣ୍ଡନ ଚଳିତ ଯାତ୍ରାରେ ପାହାଡ ତଳେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ କରାଯିବ ବୋଲି ସୂଚନା ମିଳିଛି । ଏଥିରେ ଏସ୍ ଡି ପିଓ ସୀମା ସ୍ଵାଇଁ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five × 5 =