Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ତାଳସର ନୋଡାଲ ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ସେଣ୍ଟରରୁ ବଂଚିତ

(LRNews, ଟୁକୁନା ପ୍ରଧାନ, ୧୮.୦୨.୨୦୨୦) – : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତରେ ଥିବା ତାଳସର ନୋଡାଲ ଉଚ୍ଚ ବିଦ୍ୟାଳୟ ଆସନ୍ତା ୧୯/୦୨/୨୦୨୦ ରେ ହେବାକୁ ଥିବା ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା କେନ୍ଦ୍ରରୁ ବଂଚିତ ହୋଇଛି ! ଏହି ସ୍କୁଲଟି ୧୯୬୨ ମସିହାରେ ସ୍ଥାପିତ ହୋଇଛି ଏବଂ ସରକାରଙ୍କ ବହୁ ପୁରାତନ ସ୍କୁଲ ଅଟେ ଏବଂ ଦୀର୍ଘ ବର୍ଷଧରି ଏହି ସ୍କୁଲରେ ପରୀକ୍ଷା କେନ୍ଦ୍ର ହୋଇ ଆସୁଥିଲା କିନ୍ତୁ ଏ ଥର ପରୀକ୍ଷା କେନ୍ଦ୍ର ରୁ ବଞ୍ଚିତ ହୋଇଛି । ଜଣେ ସମାଜ ସେବୀ ତାଙ୍କର ନାମ ଗୋପନ ରଖି କହିବା ଅନୁଯାୟୀ ସମ୍ପୃକ୍ତ ସ୍କୁଲରେ ବାଉଣ୍ଡ୍ରି ୱାଲ ନଥିବାରୁ ଏବର୍ଷ ସ୍କୁଲକୁ ପରୀକ୍ଷା ସେଣ୍ଟରରୁ ବଂଚିତ କରାଯାଇଛି ବୋଲି ଏହି କଥା କେତେ ଦୂର ସତ ସମୟ କହିବ ଏବଂ ଉକ୍ତ ପରୀକ୍ଷା କେନ୍ଦ୍ର ଉପରେ ନିର୍ଭର କରୁଥିବା ଛାତ୍ରଛାତ୍ରୀ ତଥା ସେମାନଙ୍କର ଅଭିଭାବକ ମହଲରେ ବଡ ଧରଣର ଅସନ୍ତୋଷ ଉପୁଜିଛି ଯାହା ଫଳରେ ଆଖ ପାଖ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ପରୀକ୍ଷା ଦେବା ପାଇଁ ଯିବାଆସିବାରେ ବହୁଳ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି ! ଯଦି ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦେବାରେ କିଛି ସମସ୍ୟା ଉପୁଜେ ତେବେ ସେଥିପାଇଁ କି ଏ ଦାୟୀ ରହିବ ବୋଲି କିଛି ବୁଦ୍ଧିଜୀବୀ ଏବଂ ଅଭିଭାବକ ମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ପରୀକ୍ଷା କେନ୍ଦ୍ର ଉକ୍ତ ବିଦ୍ୟାଳୟ ରେ କଣ ପାଇଁ ହେଲା ନାହିଁ ବୋଲି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିକ୍ରମ ବିଶ୍ଵାଳ ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଏ ବିଷୟରେ ମୁଁ କିଛି ଜାଣି ନାହିଁ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳ କାନ୍ତ ସାହୁ ଙ୍କ କହିବା ଅନୁଯାୟୀ ପରୀକ୍ଷା କେନ୍ଦ୍ର କଣ ପାଇଁ ହେଲା ନାହିଁ ମୁଁ କହିପାରିବି ନାହିଁ ଆପଣ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ସହ ଯୋଗାଯୋଗ କରନ୍ତୁ । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ ପ୍ରଧାନ ଙ୍କ କହିବା ଅନୁଯାୟୀ ମୁଁ ଅଳ୍ପ କିଛିଦିନ ତଳେ ଏଠାରେ କାର୍ଯ୍ୟ ରେ ଯୋଗ ଦେଇଛି ମୁଁ ଜାଣିନାହିଁ ଏବଂ ବୁଝି କରି ଏ ବିଷୟରେ କହିବି ।

Leave A Reply

Your email address will not be published.

16 − 13 =