Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଆଜି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ସତସଙ୍ଗ ବିହାର ର ବାର୍ଷିକ ଉତ୍ସବ ଏବଂ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୨ ତମ ଜନ୍ମ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ , ୧୫.୦୨.୨୦୨୦) – : ଆଜି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ସତସଙ୍ଗ ବିହାର ର ବାର୍ଷିକ ଉତ୍ସବ ଏବଂ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୨ ତମ ଜନ୍ମ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ଯସୂଚୀ ଅନୁଯାୟୀ ବେଦ ମାଙ୍ଗଳିକ, ନହବତ, ଉଷା କୀର୍ତ୍ତନ, ପ୍ରାତଃ ବିନତି ପ୍ରାର୍ଥନା, ନଗର ସଙ୍କୀର୍ତ୍ତନ, ସଙ୍ଗୀତାଞ୍ଜଳି, ଗ୍ରନ୍ଥ ପାଠ, ଭଜନ, କୀର୍ତ୍ତନ ସତସଙ୍ଗ ସଦା ଆଲୋଚନା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରିତିକ୍ ଗତିକୃଷ୍ଣ ଉତ୍ତରା କବାଟ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଙ୍କ ରିତିକ୍ ରବିନାରାୟଣ ରଣା ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଙ୍କ ଜୀବନୀ, ଏବଂ ସତସଙ୍ଗ ହେଉଛି ମଣିଷ ତିଆରି କାରଖାନା ଏବଂ ଠାକୁର ଅନୁକୂଳ ଚନ୍ଦ୍ର ହେଇଛନ୍ତି ପ୍ରେମ ମୟ ଏବଂ ଦରଦୀ ବୋଲି ଆଲୋଚନା କରିଥିଲେ । । ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ରିତିକ୍ କଣ୍ଡୁରୀ ଚରଣ ପ୍ରଧାନ, ଭିକାରୀ ଚରଣ ପାତ୍ର , ଇଶ୍ଵର ଚନ୍ଦ୍ର ସାମନ୍ତରାୟ, କଣ୍ଡୁରୀ ଚରଣ ଚମ୍ପତି, ଲକ୍ଷ୍ମି ଧର ସାହୁ, ପୁରୁଷୋତ୍ତମ ପାଲଟାସିଂହ, କର୍ମୀ ବିଜୟ କୁମାର ସିଂହ, ପ୍ରବୋଧ କୁମାର ବିଶ୍ଵାଳ, ବୈକୁଣ୍ଠନାଥ ପାଇକରାୟ, ମହେଶ୍ୱର ଭାଇ, ପ୍ରମୋଦ କୁମାର ପାଟଯୋଷୀ ସମେତ ଅନ୍ୟାନ୍ୟ କର୍ମୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏବଂ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଇଥିଲେ । ଏଥିରେ ସତାଧିକ ଗୁରୁଭାଇ ଓ ମା ମାନେ ଉପସ୍ଥିତ ଥିଲେ । ଶେଷ ରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବନ୍ଦବୋସ୍ତ ହୋଇଥିଲା ।

Leave A Reply

Your email address will not be published.

14 − 11 =